ବ୍ରିଟେନରେ ଆମେରିକୀୟ ବୁଲି ଡଗ୍ସକୁ ନା’

ଆମେରିକାର ଏକ ପ୍ରଜାତି କୁକୁର ଉପରେ ବ୍ୟାନ୍ ଲଗାଇଲ ବ୍ରିଟେନ୍

ବ୍ରିଟେନରେ ବ୍ୟାନ୍ ହେଲା ଆମେରିକୀୟ ବୁଲି ଡଗ୍ସ । ଏହି ବ୍ୟାନ୍ ଲଗାଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି କାହିଁକି ଏହି କୁକୁରଟିକୁ ବ୍ୟାନ୍ କରାଗଲା । ତେବେ ସୂଚନା ଅନୁଯାୟୀ ସମାଜ ପାଇଁ ବିପଦ ଆମେରିକୀୟ ବୁଲି ଡଗ୍ସ । ବିଶେଷ କରି ଏହା ଶିଶୁଙ୍କ ପାଇଁ ଭୟଙ୍କର ପ୍ରମାଣିତ ବି ହୋଇଛି । ତେଣୁ ଏହି ପ୍ରଜାତିର କୁକୁରକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ବ୍ୟାନ୍ କରିଛନ୍ତି । ଦେଶରେ ହୋଇଥିବା କୁକୁରଙ୍କ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଋଷି ସୁନକ୍ । ଯେଉଁଥିରେ ଅଧିକାଂଶ ଆକ୍ରମଣ ଏହି ପ୍ରଜାତିର କୁକୁର ଦ୍ୱାରା ହୋଇଥିବା ଦେଖିବାକୁ ମିଳିଛି ।

ତେବେ ଏହି ଏକ୍ସଏଲ ବୁଲି ପ୍ରଜାତିର କୁକୁର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହା ପୂର୍ବରୁ ଏହି କୁକୁରର ଆକ୍ରମଣରେ ୧୧ ବର୍ଷର ଶିଶୁ ମଧ୍ୟ ଗୁରୁତର ହୋଇଥିଲା । ଆମେରିକାନ୍ ଏକ୍ସଏଲ ବୁଲି ଡଗ୍ସ ନିଜର ଆକ୍ରମଣାତ୍ମକ ସ୍ୱଭାବ ପାଇଁ ଜଣା । ଏହା ଆମେରିକାନ୍ ପିଟବୁଲ ଟେରିଅର୍ସ ଏବଂ ଆମେରିକାନ୍ ଷ୍ଟେଫୋର୍ଡଶାୟରର କ୍ରସ୍ ବ୍ରିଡ୍ ।ତେଣୂ ଏହି କୁକୁରକୁ ବ୍ୟାନ୍ କରିବା ସହ ଏଥି ପାଇଁ ସ୍ୱତନ୍ତ୍ର ଆଇନ୍ ବର୍ଷର ଶେଷ ସୁଦ୍ଧା ଆସିବ । ତେବେ ନିୟମ ନମାନିଲେ କୁକୁର ରଖିଥିବା ବ୍ୟକ୍ତିଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।