ସୋଏବ ଓ ସାନିଆଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା

ବାୟୋ ବଦଳାଇ କ’ଣ ହିଣ୍ଟସ୍ ଦେବାକୁ ଚାହୁଁଛନ୍ତି ସୋଏବ୍

ପୁଣି ଥରେ ଚର୍ଚ୍ଚାରେ ଦୁଇ ଷ୍ଟାର୍ କ୍ରୀଡାବିତ । ତାଙ୍କ ବିବାହ ବିଚ୍ଛେଦ ଖବରକୁ ନେଇ ଏବେ ଚର୍ଚ୍ଚା ଜୋର । ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ଛାଡପତ୍ର ହୋଇସାରିଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଏଥର ଶୋଏବ ମଲିକ ନିଜେ ଏହି ଚର୍ଚ୍ଚାକୁ ଖୋରାଗ ଯୋଗାଇଛନ୍ତି। ଇନଷ୍ଟାଗ୍ରାମରେ ବାୟୋ ବଦଳାଇ ଶୋଏବ ଛାଡପତ୍ର ଚର୍ଚ୍ଚାକୁ ସତ ବୋଲି ସଙ୍କେତ ଦେଇଛନ୍ତି। ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ ମଲିକ ନିକଟରେ ଇନଷ୍ଟାଗ୍ରାମ ବାୟୋ ପରିବର୍ତ୍ତନ କରିଛନ୍ତି।

ସେ ପୂର୍ବରୁ ବାୟୋରେ, ନିଜକୁ ଜଣେ “ସୁପରୱମେନ୍ ସାନିଆ ମିର୍ଜାଙ୍କ ସ୍ୱାମୀ” ବୋଲି ଉଲ୍ଲେଖ କରିଥିଲେ। ବର୍ତ୍ତମାନ ବାୟୋରୁ ଏହାକୁ ହଟାଇ ଦେଇଛନ୍ତି। କିଛିଦିନ ହେବ ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଉଭୟଙ୍କ ଛାଡପତ୍ର ହୋଇଯାଇଥିବା ନେଇ ଦାବି କରାଯାଉଥିଲା। ଶୋଏବ ଜଣେ ପାକିସ୍ତାନୀ ଅଭିନେତ୍ରୀ ଆୟେଶା ଉମରଙ୍କ ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଥିଲା। ଏପରିକି ଶୋଏବ ଏବଂ ଆୟେଶାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା।