ମରକ୍କୋ ତାଣ୍ଡବ, ଗଲାଣି ୬୩୦ରୁ ଊର୍ଦ୍ଧ୍ଵ ଜୀବନ !

ଏବେବି ଧ୍ଵଂସାବଶେଷ ତଳେ ଅନେକ !

ଖାଲି ମରକ୍କୋ ନୁହେଁ ଏହି ଭୂକମ୍ପର ଭୟଙ୍କାରିତା ସାରା ବିଶ୍ଵକୁ ସ୍ତବ୍ଧ କରିଦେଇଛି । ଭୂକମ୍ପର ତାଣ୍ଡବରେ ଏଯାବତ ଗଲାଣି ୬୩୦ରୁ ଊର୍ଦ୍ଧ୍ଵ ଜୀବନ । ହଁ ଆଜ୍ଞା ଏହି ଘଟଣା ଶୁଣିଲେ ଯେ କେହି ବି ସ୍ଥାଣୁ ପାଲଟିଯିବ । ୟୁଏସ ଜିଓଲୋଜିକାଲ ମୁତାବକ ଶୁକ୍ରବାର ମଧ୍ୟରାତ୍ରରେ ୬.୮ ମାଗ୍ନିଚ୍ୟୁଡ ଭୂକମ୍ପରେ ଦକ୍ଷିଣ-ପଶ୍ଚିମ ମରାକେଶ, ମରକ୍କୋ ଓ ଡାକଝୋରରେ ଦେଖିବାକୁ ମିଳିଥିଲା । ଏହାର ପ୍ରଭାବ ଏତେ ଥିଲା ଯେ ବଡ ବଡ ବିଲଡିଙ୍ଗ ସମତେ ଅନେକ ମାଳ କୋଠା ଭୁସୁଡି ଧୂଳିସାତ ହୋଇଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ମୃତ୍ୟୁ ସଂଖ୍ୟା ୩୦୦ମଧ୍ୟରେ ସୀମିତ ଥିବା ବେଳେ ଅନେକ ଧ୍ବଂଶାବଶେଷ ତଳେ ଛାପି ହୋଇ ରହିଥିଲେ , ଆଉ କେହି ଆହତ ହୋଇ ଜୀବନ ସହ ସଂଘର୍ଷ କରୁଥିଲେ ।

ହେଲେ ଏହି ମୃତ୍ୟୁ ସଂଖ୍ୟା ଏବ ୬୩୦ ଟପିଲାଣି। ଯାହା ଏବେ ସଭିଙ୍କୁ ସ୍ତବ୍ଧ କରି ଦେଇଛି । ଏହି ଭୂମିକମ୍ପ ରାତି ୧୧.୧୧ ଟାରେ ମାରକେଶର ଠରୁ ୭୧ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମରେ ୧୮.୫ କିଲୋମିଟର ଗଭୀରତାରୁ ଆସିଥିଲା । ତେବେ ବର୍ତ୍ତମାନ ମରକ୍କୋରେ ହୋଇଥିବା ପ୍ରକୃତିର ତାଣ୍ଡବ ପାଇଁ ପ୍ରାର୍ଥନା କରୁଛି ବିଶ୍ଵ । ସେପଟେ ସହାୟତାର ହାତ ବଢାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବଂ ଅନ୍ୟଦେଶଙ୍କୁ ଆହ୍ଵାନ କରିଛନ୍ତି କି ମରକ୍କୋର ଏହି ବିପଦ ସମୟରେ ତାହା ସହ ଛିଡା ହେବା ପାଇଁ ।