ମରକ୍କୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ୨ହଜାର ପାର !

ମରୋକ୍କୋରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ

କନ୍ଦାଉଛି ମରକ୍କୋ । ମରକ୍କୋରେ ହୋଇଥିବା ଭୂକମ୍ପ ପରର ଛାତିଥରା ଦ୍ରୁଶ୍ଯ ସଭିଙ୍କୁ ସ୍ତବ୍ଧ କରିଛି । ମରୋକ୍କୋରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ୨ ହଜାର ଟପିଛି ମୃତ୍ୟୁ ସଂଖ୍ୟା। ହଜାର ହଜାର ଲୋକେ ଆହତ ହୋଇଥିବା ବେଳେ ୨ ହଜାରରୁ ଅଧିକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଧ୍ୱଂସାବଶେଷ ତଳେ ଏବେ ବି ଅନେକ ଦବି ରହିଥିବା ଆଶଙ୍କା କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଏହାସହ ବିଭିନ୍ନ ହସ୍ପିଟାଲରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏତେ ପରିମାଣର ଜୀବନ ଯିବା ପରେ ମରୋକ୍କୋରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି।

ଶୁକ୍ରବାର ରାତିରେ ୨୦ ସେକେଣ୍ଡ ଧରି ଅନୁଭୂତ ହୋଇଥିବା ଭୂକମ୍ପ ଯେ ଏତେ କ୍ଷୟକ୍ଷତି କରିବ ତାହା କାହାକୁ ବା ଜଣା ଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଥିଲା। ।ଖାଲି ମରୋକ୍କୋ ନୁହେଁ ଏହାର ରାଜଧାନୀ ରାବତଠାରୁ ୩୫୦କିମି ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି। ତେବେ ପ୍ରକୃତିର ତାଣ୍ଡବ ଯେ ଏତେ ଭୟଙ୍କର ହୋଇପାରେ ତାହା ମରକ୍କୋର ଦ୍ରୁଶ୍ଯ ଦେଖିବା ପରେ ହିଁ ଅନୁଭବ କରିହେବ ।