ଭୂକମ୍ପ ଦେଖି ଛାତରୁ ଡେଇଁ ପଡ଼ିଲେ ଲୋକେ, ୨୦ରୁ ଊର୍ଦ୍ଧ୍ଵ ଆହତ !
ଭୂ-କମ୍ପରେ ଥରିଲା ତୁର୍କୀ ଓ ଜାପାନ । ଉଭୟ ତୁର୍କୀ ଓ ଜାପାନରେ ଏକ ବଡ ଧରଣର ଭୂମିକମ୍ପ ଅନୁଭୁତ ହୋଇଥିବା ଦେଖିବାକୁ ମିଳିଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ତୁର୍କୀରେ ୫.୨ ତୀବ୍ରତାର ଭୂମିକମ୍ପ ରେକର୍ଡ ହୋଇଥିବା ବେଳେ ଜାପାନରେ ମଧ୍ୟ ସମ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ପ୍ରତ୍ଯେକ ସମୟରେ ଭୂକମ୍ପରେ ଦୋହଲୁ ଥିବା ତୁର୍କୀ ପୁଣି ଏହି ବଡ ଧରଣର ଭୂକମ୍ପର ସମ୍ମୁଖୀନ ହୋଇଛି ।
ବୈଦେଶିକ ଗଣମାଧ୍ୟମ ସୂଚନା ଅନୁସାରେ ତୁର୍କୀରେ ହୋଇଥିବା ଭୂମିକମ୍ପରେ ଅନେକ ଘର କ୍ଷତିଗ୍ରସ୍ତ ହେବା ସହ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ର ମାଲତ୍ୟା ପ୍ରାନ୍ତର ୟେସିଲୁର୍ଟ ସହର ବୋଲି ଜଣାପଡିଛି । ଭୂମିକମ୍ପରେ ଅନେକ ଘର ଭାଙ୍ଗିଯାଇଥିବାରୁ ଲୋକେ ଆହତ ହୋଇଥିବାବଳେ ଏଥିରୁ ବଞ୍ଚିବାକୁ କିଛି ଲୋକ ନିଜ ଘରୁ ତଳକୁ ଡେଇଁପଡିବାରୁ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ପ୍ରତ୍ଯେକ ସମୟର ଭୂକମ୍ପ ପାଇଁ ମହାପ୍ରଳୟର ସାମ୍ନା କରୁଛି ତୁର୍କୀ, ଏହା ସହ ଜାପାନରେ ମଧ୍ୟ ସ୍ଥିତି ସମାନ ଥିବା ଦେଖିବାକୁ ମିଳିଛି ।