ବିଦେଶରେ ଚାଉଳ ପାଇଁ ଲମ୍ବା ଲାଇନ୍
ବିଦେଶରେ ଚାଉଳ ଅଭାବ । ଭାତ ପାଇଁ ଚିନ୍ତାରେ ପ୍ରବାସୀ ଭାରତୀୟ । ଆମେରିକାଠାରୁ ଆରମ୍ଭ କରି ଅଷ୍ଟ୍ରେଲିଆ ଓ କାନାଡା ପର୍ଯ୍ୟନ୍ତ ଲୋକେ ଚାଉଳ କିଣିବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଏହି ଦେଶଗୁଡ଼ିକରେ ରହୁଥିବା ପ୍ରବାସୀ ଭାରତୀୟ, ଆଫ୍ରିକୀୟ ନାଗରିକମାନେ ବହୁ ସଂଖ୍ୟାରେ ଚାଉଳ ବସ୍ତା କିଣି ଘରେ ଜମା କରୁଛନ୍ତି । ଆଗାମୀ ଦିନରେ ଚାଉଳ ଦର ବୃଦ୍ଧି ସହିତ ଅଭାବ ମଧ୍ୟ ଦେଖାଦେଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି। ଖୁଚୁରା ଦୋକାନରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଲୋକଙ୍କ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେଣୁ ଏହି ସବୁ ଦେଶର ରିଟେଲ ଷ୍ଟୋରମାନେ ଏହି ସୁଯୋଗର ଫାଇଦା ଉଠାଇବା ସହ ଚାଉଳର ଦର ମଧ୍ୟ ବୃଦ୍ଧି କରିଛନ୍ତି। ଏସୀୟ ଓ ଆଫ୍ରିକୀୟ ଲୋକମାନଙ୍କ ପାଇଁ ଭାତ ଏକ ପ୍ରମୁଖ ଖାଦ୍ୟ ହୋଇଥିବାରୁ ସେମାନେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି ।