ଜହ୍ନକୁ ଅଭିଯାନ ଆରମ୍ଭ କଲା ଜାପାନ !
ଚନ୍ଦ୍ର ଅଭିଯାନ ଆରମ୍ଭ କଲା ଜାପାନ । ଚଳିତ ବର୍ଷ ଭାରତ ଋଷ ପରେ ଜାପାନ ମଧ୍ୟ ଆରମ୍ଭ କରିଛି ମୁନ୍ ମିଶନ । ଚନ୍ଦ୍ରକୁ ଯାନ ପଠାଇଛି ଜାପାନ । ଏହି ଅଭିଯାନ ଗତ ମାସରେ କରିବାକୁ ସ୍ଥିର କରିଥିବା ଜାପାନ ଖରାପ ପାଗ ଯୋଗୁଁ ଏହାକୁ ଆଜି ଉତକ୍ଷେପଣ କରିଛି । ଗୁରୁବାର ସକାଳୁ ଜାପାନର ଜାତୀୟ ମହାକାଶ ଗବେଷଣା ସଂସ୍ଥା ମୁନ୍ ଲ୍ୟାଣ୍ଡର ଯାନର ଉତକ୍ଷେପଣ କରିଛି । ସୂଚନା ଅନୁସାରେ ଜାପାନର ଜାତୀୟ ମହାକାଶ ଏଜେନ୍ସିର ଚନ୍ଦ୍ର ଲ୍ୟାଣ୍ଡରକୁ ନେଇ ଏଚ-୨-ଏ ରକେଟ ଉତକ୍ଷେପଣ କରିଛି ।
ଗତ ମାସରେ ଖରାପ ପାଗ ଯୋଗୁ ସପ୍ତାହରେ ତିନିଥର ମିଶନକୁ ସ୍ଥଗିତ ରଖିବା ପରେ ଜାପାନ ଶେଷରେ ଏହା କରିବାରେ ସଫଳ ହୋଇଛି । ଜାପାନ ଏରୋସ୍ପେସ ଏକ୍ସପ୍ଲୋରେଶନ ଏଜେନ୍ସି କହିଛି ଏହି ରକେଟ ଦକ୍ଷିଣ ଜାପାନର ତାନେଗାସିମା ସ୍ପେସ ସେଣ୍ଟରରୁ ଉତକ୍ଷେପଣ ହୋଇଛି । ଦୀର୍ଘ ଦିନ ଧରି ଜାପାନ ଏହାର ଚନ୍ଦ୍ର ମିଶନରେ କାର୍ଯ୍ୟ କରିଆସୁଛି । ତେବେ ଦେଖିବାକୁ ବାକି ରହିଲା ଜାପାନର ଏହି ମିଶନ ଚନ୍ଦ୍ର ଅଭିଯାନରେ କେତେ ସଫଳ ହେଉଛି ।