ହମାସ ଉପରେ ଘନଘନ ରକେଟ୍ ମାଡ଼, ହେବନି ତ ତୃତୀୟ ବିଶ୍ଵଯୁଦ୍ଧ !
ଧ୍ଵଂସ ସ୍ତୂପରେ ହମାସ । ହମାସର ଆକ୍ରମଣ ପରେ ଉଗ୍ରରୂପ ଧାରଣ କରିଥିବା ଇସ୍ରାଏଲ ଏବେ ନେଉଛି ପ୍ରତିଶୋଧ । ଲାଗୁଛି ଇସ୍ରାଏଲର ତାଣ୍ଡବ ହମାସକୁ ସବୁଦିନ ପାଇଁ ସତେ ଯେମିତି ଧ୍ଵଂସ କରିଦେବ । ଗାଜାରେ ଥିବା ହମାସ ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରି ମିସାଇଲ ମାଡ କରୁଛି ଇସ୍ରାଇଲ ସେନା । ସୂଚନା ଅନୁସାରେ ଇସ୍ରାଇଲ ସେନା ଏପର୍ଯ୍ୟନ୍ତ ୬ ହଜାରୁ ଅଧିକ ରକେଟ ମାଡ କରିସାରିଲାଣି । ଏହାରି ଭିତରେ ବିଶେଷକରି ଆତଙ୍କବାଦୀ ଲୁଚିଥିବା ଉତ୍ତର ଗାଜାର ଥିବା ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ । ୨୪ ଘଂଟା ମଧ୍ୟରେ ଘର ଛାଡିବାକୁ ଇସ୍ରାଏଲ ନିର୍ଦ୍ଦେଶ ଦେଇଥିବା ନେଇ ଜାତିସଂଘ ପକ୍ଷରୁ ଶୁକ୍ରବାର କୁହାଯାଇଛି । କିନ୍ତୁ ଏତେ କମ ସମୟ ମଧ୍ୟରେ ଏତେ ଲୋକଙ୍କୁ ବିସ୍ତାପିତ କରିବା ସମ୍ଭବ ନୁହେଁ ବୋଲି ଜାତିସଂଘ ମୁଖପାତ୍ର କହିଛନ୍ତି । ସାଧାରଣ ନାଗରିକ ଗାଜାରୁ ବିସ୍ତାପିତ ହେବା ପରେ ଯୁଦ୍ଧ ଆହୁରୀ ଭୟଙ୍କର ହେବ ବୋଲି କୁହାଯାଉଛି ।
ପାଲେଷ୍ଟାଇନର ଗାଜା ସହରକୁ ମାନଚିତ୍ରରୁ ଲିଭାଇ ଦେବାକୁ ଯୋଜନା ପ୍ରସ୍ତୁତ କରିଛି ଇସ୍ରାଏଲ । ଇସ୍ରାଏଲରେ ପଶିଥିବା ୧୫୦୦ ହମାସ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମଳିଛି । ଏଥର ଗାଜାର ଜମିକୁ ପୁରା ଅକ୍ତିଆର କରିନେବାକୁ ଯୋଜନା କରିଛି ଇସ୍ରାଏଲ । ଏଥର ଗାଜାର ଜମିକୁ ପୁରା ଅକ୍ତିଆର କରିନେବାକୁ ଯୋଜନା କରିଛି ଇସ୍ରାଏଲ । ଇସ୍ରାଏଲରେ ପ୍ରାୟ ୪ ଲକ୍ଷରୁ ଅଧିନ ସେନା ଟ୍ୟାଙ୍କର, ଅସ୍ତ୍ରଶସ୍ତ୍ର ସହ ଗାଜା ବର୍ଡର ପାଖରେ ଅପେଖ୍ୟ କରି ରହିଛନ୍ତି । ନିର୍ଦ୍ଦେଶ ମିଳିବା ମାତ୍ରେ ଗାଜା ସୀମା ଭିତରେ ପଶିବେ । ତେବେ ଇସ୍ରାଏଲର ଏପରି ପଦକ୍ଷେପ ଲାଗୁଛି ହମାସକୁ ଚିରଦିନ ପାଇଁ ଧୂଳିସାତ କରିଦେବ ।