ଇସ୍ରାଏଲ-ହମାସ ଲଢେଇ, ମଧ୍ୟସ୍ଥି ହେବ ଆମେରିକା !

କୌଣସି ମୁହୂର୍ତ୍ତରେ ଇସ୍ରାଏଲରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି !

ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ଇସ୍ରାଏଲ ଓ ହମାସର ଘମାଘୋଟ ଲଢ଼େଇ । ଏହାରି ଭିତରେ ଗଲାଣି ହଜାର ହଜାର ଲୋକଙ୍କ ଜୀବନ । ନିଜ ଜିଦରେ ଅଟଳ ରହିଛି ଇସ୍ରାଏଲ । ହମାସକୁ ସବୁଦିନ ପାଇଁ ଧ୍ଵଂସ କରିବାକୁ ଯୋଜନା ବି କରିଛି । ତେବେ ଏହାକୁ ନେଇ ସାରା ବିଶ୍ଵ ଏବ ଚିନ୍ତାରେ ପଡିଥିବା ବେଳେ ହସ୍ତକ୍ଷେପ କରିପାରେ ଆମେରିକା । କୌଣସି ମୁହୂର୍ତ୍ତରେ ଇସ୍ରାଏଲ ଗସ୍ତ କରିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତିଙ୍କୁ ଇସ୍ରାଏଲ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ଏମିତି ସମୟରେ ଯୁଦ୍ଧଭୂମି ଇସ୍ରାଏଲ ଗସ୍ତ କରିବା ପାଇଁ ଚିନ୍ତା କରୁଛନ୍ତି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି । କିନ୍ତୁ ସବୁଠୁ ବଡ଼ କଥା ହେଉଛି ନେତାନ୍ୟାହୁଙ୍କୁ ଏକପ୍ରକାର ଚେତାବନୀ ଦେଇଛନ୍ତି ବାଇଡେନ । ଗାଜା ଉପରେ କବଜା କରିବା ସବୁଠାରୁ ବଡ଼ ଭୁଲ୍ ହେବ ବୋଲି କହିଛନ୍ତି ଜୋ ବାଇଡେନ । ଇସ୍ରାଏଲ-ହମାସ୍ ଯୁଦ୍ଧ ୧୦ଦିନରେ ପହଞ୍ଚିଛି । ଘନଘନ ରକେଟ ମାଡ଼ ମଧ୍ୟରେ ଚାଲିଛି ଜୀବନ ସଉଦା । ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରୁଛି ସାରା ବିଶ୍ଵ ।