ଗାଜା ଉପରେ ଇସ୍ରାଏଲର ବଡ଼ଧରଣର ଏୟାରଷ୍ଟ୍ରାଇକ

ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, ୧୦୦ ଜଣଙ୍କ ମୃତ୍ୟୁ

ଚାଲିଥିଲା ନମାଜ ପାଠ, ଉପରୁ ଖସିଲା ରକେଟ । ଇସ୍ରାଏଲ ଆକ୍ରମଣରେ ୧୦୦ରୁ ଅଧିକ ମୃତ। ଗାଜା ଉପରେ ବଡଧରଣର ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ । ପାଲେଷ୍ଟାଇନ ନ୍ୟୁଜ ଏଜେନ୍ସି ସୂଚନା ଅନୁସାରେ ପୂର୍ବ ଗାଜାରେ ବିସ୍ଥାପିତ ଲୋକଙ୍କ ପିଲାଙ୍କ ପାଇଁ ନିର୍ମିତ ସ୍କୁଲରେ ଆକ୍ରମଣ ହୋଇଛି । ଘଟଣାରେ ୧୦୦ରୁ ଅଧିକ ଫିଲିସ୍ତିନିଙ୍କ ମୃତ୍ୟୁ ହୋଇଛି । ସ୍କୁଲରେ ନମାଜ ପାଠ ସମୟରେ ମିସାଇଲ ଓ ରକେଟ ମାଡ କରିଥିଲା ଇସ୍ରାଏଲ । ଆକ୍ରମଣ ସ୍ଥାନରେ ହମାସର ମୁଖ୍ୟାଳୟ ଥିବା ଇସ୍ରାଏଲ ଦାବି କରିଛି। ହମାସର କମାଣ୍ଡର ସେଠାରୁ ଆକ୍ରମଣ ନିର୍ଦ୍ଦେଶ ଦେଉଥିଲେ। ବିସ୍ଥାପିତ ଲୋକଙ୍କୁ ହତିଆର କରିଥିଲା ଆତଙ୍କୀ ସଗଂଠନ। ଆତଙ୍କୀଙ୍କୁ ହତ୍ୟା କରିବାକୁ ଆକ୍ରମଣ କରାଯାଇଥିଲା। ଟାର୍ଗେଟରେ ସାଧାରଣଲୋକ ନଥିଲେ ବୋଲି ଇସ୍ରାଏଲ କହିଛି।

ଗତ ସପ୍ତାହରେ ୪ଟି ସ୍କୁଲକୁ ଆକ୍ରମଣ ଘଟଣାରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଛି । ୧୦ମାସ ଧରି ଚାଲିଥିବା ଯୁଦ୍ଧରେ ୫୦ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନି ହେଲାଣି । ଯୁଦ୍ଧ ଭିତରେ ଧର୍ମପୀଠ ଓ ସ୍କୁଲ ସୁରକ୍ଷିତ ଭାବି ଆଶ୍ରୟ ନେଉଥିବାବେଳେ ଏଠାରେ ମଧ୍ୟ ସେମାନଙ୍କ ଜୀବନ ବିପଦରେ ପଡିଛି । ରକ୍ତମୁଖା ଇସ୍ରାଏଲ ହମାସକୁ ମୂଳପୋଛ କରିବାକୁ ଘନଘନ ଆକ୍ରମଣ ଜାରି ରଖିଛି । ଯେଉଁଥିରେ ଗଲାଣି ହଜାର ସଂଖ୍ୟକ ନିରୀହଙ୍କ ଜୀବନ ।

Leave a Reply

Your email address will not be published. Required fields are marked *