ଆମେରିକାରେ ଆଧିପତ୍ୟ ବିସ୍ତାର କରିବ ଭାରତ !
ଏବେ ସବୁଠି ହେବ ଭାରତୀୟଙ୍କ ରାଜ। କାହିଁକି ନ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହବେ ଆମେରିକାର ସର୍ବୋଚ୍ଚ ସ୍ଥାନରେ ବସିବାକୁ ଯାଉଛନ୍ତି ଜଣେ ଭାରତୀୟ । ଯାହାଙ୍କ ଦେହରେ ବହୁଛି ଭାରତୀୟର ରକ୍ତ । ସେ ହେଉଛନ୍ତି ଭାରତୀୟ-ଆମେରିକୀୟ ହର୍ଷବର୍ଦ୍ଧନ ସିଂହ । ତେବେ ଆଗାମୀ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ-ଆମେରିକୀୟ ଇଞ୍ଜିନିୟର ହର୍ଷବର୍ଦ୍ଧନ ସିଂହ ପ୍ରତିଦ୍ବନ୍ଦିତା କରିବେ ବୋଲି ଘୋଷଣା କରିଛନ୍ତି । ସେ ଏନେଇ ନିଜ ଟୁଇଟର୍ରେ ପୋଷ୍ଟ୍ କରିଥିବା ଦେଖିବାକୁ ମିଳିଛି । ଏକ ଭିଡିଓ ଜରିଆରେ ହର୍ଷବର୍ଦ୍ଧନ କହିଛନ୍ତି ଯେ, ସେ ହେଉଛନ୍ତି ‘ଲାଇଫ୍ଲଙ୍ଗ୍ ରିପବ୍ଲିକାନ୍’ ଏବଂ ‘ଆମେରିକା ଫାଷ୍ଟ୍’ ରକ୍ଷଣଶୀଳ ସଦସ୍ୟ। ‘ନ୍ୟୁଜର୍ସି ରିପବ୍ଲିକାନ୍ ପାର୍ଟି’ର ରକ୍ଷଣଶୀଳ ଶାଖାକୁ ପୁନଃରୁଦ୍ଧାର କରିବା ନିମନ୍ତେ ସେ କାମ କରିଛନ୍ତି। ଅଳ୍ପ କେତେ ବର୍ଷ ତଳେ ଘଟିଥିବା ପରିବର୍ତ୍ତନକୁ ବିପରୀତମୁଖୀ କରିବା ଏବଂ ଆମେରିକୀୟ ମୂଲ୍ୟବୋଧର ପୁନଃରୁଦ୍ଧାର ନିମନ୍ତେ ଆମର ବଳିଷ୍ଠ ନେତୃତ୍ବ ଆବଶ୍ୟକ। ତେଣୁ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପଦବୀ ନିମନ୍ତେ ହେବାକୁ ଥିବା ୨୦୨୪ ନିର୍ବାଚନରେ ଭାଗ ନେବା ପାଇଁ ‘ରିପବ୍ଲିକାନ୍ ପାର୍ଟି’ ତରଫରୁ ପ୍ରାର୍ଥୀ ହେଲି। ଗୁରୁବାର ଦିନ ସେ ‘ଫେଡେରାଲ୍ ଇଲେକ୍ସନ୍ କମିସନ୍’ରେ ବିଧିବଦ୍ଧ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା କଥା ବୈଦେଶିକ ଗଣମାଧ୍ୟମରେ ପ୍ରକାଶ ପାଇଛି । ପୂର୍ବରୁ ୨୦୧୭ ଓ ୨୦୨୧ରେ ନ୍ୟୁଜର୍ସି ଗଭର୍ଣ୍ଣର୍ ପଦବୀ ପାଇଁ ରିପବ୍ଲିକାନ୍ ପ୍ରାର୍ଥୀ ହୋଇଥିଲେ ହର୍ଷବର୍ଦ୍ଧନ । ୨୦୧୮ରେ ହାଉସ୍ ସିଟ୍ ଓ ୨୦୨୦ରେ ସିନେଟ୍ ଲାଗି ବି ପ୍ରାର୍ଥୀ ହୋଇଥିଲେ। କିନ୍ତୁ, ସେ କୌଣସିଥିରେ ବିଜୟ ହାସଲ କରି ନ ଥିଲେ। ଏବେ ୩୮ ବର୍ଷୀୟ ଭାରତୀୟ-ଆମେରିକୀୟ ହର୍ଷବର୍ଦ୍ଧନ ଆମେରିକାର ସର୍ବୋଚ୍ଚ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ତେବେ ନିହାତି ଏ ଘଟଣା ସମଗ୍ର ଭାରତ ପାଇଁ ଏକ ଗର୍ବର ବିଷୟ ।