ଅର୍ଜର କରିଥିଲେ ମୋବାଇଲ, ଆସିଲା କିନ୍ତୁ ବୋମା
ଆପଣ ଏପରି ଅନେକ ଘଟଣା ଦେଖିଥିବେ ଯେଉଁଥିରେ ଆମେ ଗୋଟିଏ ଜିନିଷ ଅର୍ଡର କଲେ ଆଉ ଏକ ଜିନିଷ ଆସିଥାଏ । କିନ୍ତୁ ଏବେ ଯାହା ଘଟିଛି ତାହା ଆପଣଙ୍କୁ ତାଜୁବ କରିଦେବ । କିଏ ମୋବାଇଲ ମଗାଇବା ପରେ ତାଙ୍କ ପାଖକୁ ଇଟା ଆସିଲାଣି ତ ଆଉ ଏକ ଲାପଟପ୍ ମଗାଇଥିଲେ, କିନ୍ତୁ ତା ବଦଳରେ ଏକ ପ୍ଲାଷ୍ଟି ଖୋଳ ଆସିଛି । କିନ୍ତୁ ମେକ୍ସିକୋରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସେଠାରେ ଜଣେ ବ୍ୟକ୍ତି ଅନଲାଇନରେ ମୋବାଇଲ ମଗାଇଥିଲେ କିନ୍ତୁ ପାର୍ସଲରେ ଯାହା ଆସିଲା ତାହାକୁ ଦେଖି ତାଙ୍କ ହୋସ ଉଡ଼ିଯାଇଥିଲା । ବ୍ୟକ୍ତି ଜଣକ ପାର୍ସଲ ଖୋଲିବା ବେଳେ ସେଥିରେ ମୋବାଇଲ ବଦଳରେ ବୋମା ଥିଲା। ଏହି ବ୍ୟକ୍ତି ଜଣକ ଗୁଆନାଜୁଏଟୋର ଲିଓନରେ ରୁହନ୍ତି। ବ୍ୟକ୍ତି ଜଣକ କହିଛନ୍ତି ଯେ ସୋମବାର ଦିନ ତାଙ୍କ ପାର୍ସଲ ଆସିଥିଲା ଯେଉଁଥିରେ ସେ ଏକ ମୋବାଇଲ ଅର୍ଡର କରିଥିଲେ। ଯେତେବେଳେ ତାଙ୍କ ପାର୍ସଲ ପହଞ୍ଚିଲା, ତାହାକୁ ତାଙ୍କ ମା’ ନେଇ ଯାଇଥିଲେ ଏବଂ ସେ ଏହାକୁ ନଖୋଲି ଟେବୁଲ ଉପରେ ରଖିଥିଲେ। ବ୍ୟକ୍ତି ଜଣକ ଆସିବା ପରେ ପାର୍ସଲ ଖୋଲିଥିଲେ ଓ ସେଥିରୁ ବୋମା ପାଇଥିଲେ । ଏହାପରେ ବ୍ୟକ୍ତି ଜଣକ ପାର୍ସଲ ଓ ବୋମାର ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହାପରେ ସେ ସରକାର ଓ ପୁଲିସକୁ ଫୋନ କରି ଏ ସଂପର୍କରେ ଜଣାଇଥିଲେ । ଏହି ଘଟଣା ସଂପର୍କରେ ଜଣାପଡ଼ିବା ପରେ ମେକ୍ସିକୋର ସେନା ପକ୍ଷରୁ ତାଙ୍କ ଘରକୁ ସିଲ୍ କରିଦିଆଯାଇଥିଲା ଓ ଏହାପରେ ଏକ ବୋମା ନିରୋଧୀ ସ୍କ୍ବାର୍ଡ ତାଙ୍କ ଘରେ ପହଞ୍ଚିଥିଲା ଓ ବୋମାକୁ ନିଷ୍କ୍ରିୟ କରିଥିଲା ।