୫ବର୍ଷ ଯାଏଁ ଲଢିପାରିବେନି ନିର୍ବାଚନ
ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ଜେଲ ଯିବେ ଇମ୍ରାନ ଖାନ। ତୋଷଖାନା ମାମଲା ଖଣ୍ଡା ହୋଇ ଝୁଲିଥିଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମୁଣ୍ଡରେ। ବହୁ ବାର ଗିରଫ ପରବାନ ଜାରି ହୋଇଥିବା ବେଳେ ସବୁଥିରୁ କୌଣସି ନା କୌଣସି କାରଣରୁ ଖସି ଯାଉଥିଲେ ଇମ୍ରାନ । ତେବେ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାୟ ଶୁଣାଇଛନ୍ତି କୋର୍ଟ । ମାମଲାର ଶୁଣାଣି କରି ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନାର ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଏହା ସହ 5 ବର୍ଷ ଯାଏ ନିର୍ବାଚନ ଲଢ଼ି ପାରିବେନି ଇମ୍ରାନ ଏହା ଉପରେ ମଧ୍ୟ ରୋକ ଲାଗିଛି । ତେବେ ୨୦୧୮ରେ ରାଷ୍ଟ୍ରମୁଖ୍ୟ ଭାବେ ଇମ୍ରାନଙ୍କୁ ବହୁ ରାଷ୍ଟ୍ର ଓ ବୈଦେଶିକ ପଦାଧିକାରୀମାନେ ଅନେକ ଉପହାର ଦେଇଥିଲେ । ୨୦୧୮ରେ ଇମ୍ରାନଙ୍କୁ ପ୍ରାୟ ୧୫୪ ନିୟୁତ ଟଙ୍କାର ଉପହାର ମିଳିଥିଲା । ଯାହାକୁ ୩୬ ନିୟୁତ ଟଙ୍କାରେ ବିକ୍ରି କରିଦେଇଥିଲେ ଇମ୍ରାନ । ଏଏହାକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ତୋଷଖାନା ମାମଲାରେ ଜେଲ ଯିବେ ଇମ୍ରାନ ।