ଇମ୍ରାନ ସରକାର ଭାଙ୍ଗିବା ପଛରେ ଆମେରିକା ହାତ !

ଇମ୍ରାନଙ୍କୁ ବୁଡେଇବାକୁ ପ୍ଲାନ୍ କରିଥିଲା କି ଆମେରିକା !

ଏବେ ଜେଲ ର ଚାରିକାନ୍ଥ ଭିତରେ ଦିନ କାଟୁଛନ୍ତି ଇମ୍ରାନ ଖାନ୍। ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ୍ ଦଣ୍ଡ ସହ ଜରିମାନା ଶୁଣାଇଛନ୍ତି କୋର୍ଟ । ତେବେ ବାରମ୍ବାର କୋର୍ଟଙ୍କ ସମନ ସତ୍ତ୍ୱେ କୌଣସି ନା କୌଣସି ଆଳରେ ବଞ୍ଚିଯାଉଥିବା ଇମ୍ରାନ ହଠାତ୍ କିପରି ଜେଲ୍ ଗଲେ। ଏକଥା ସାଧାରଣରେ ହଜମ ହେଉ ନଥିବା ବେଳେ ଇମ୍ରାନ ସରକାର ଭାଙ୍ଗିବା ପଛରେ ଆମେରିକାର ହାତ ଅଛି ବୋଲି ଚର୍ଚ୍ଚା ସାମ୍ନାକୁ ଆସିଛ ।

ପାକିସ୍ତାନ ସରକାରଙ୍କ ଏକ ଗୁପ୍ତ ତଥ୍ୟକୁ ସାମ୍ନାକୁ ଆଣିଛ ଆମେରିକା! ଜେଲ୍ ଯିବା ପୂର୍ବରୁ ଇମ୍ରାନ ଖାନ ମଧ୍ୟ କହିଥିଲେ କି ତାଙ୍କୁ ଗାଦିଚ୍ୟୁତ କରିବାରେ ଏକ ବିଦେଶୀ ଷଡଯନ୍ତ୍ର ହୋଇଛି । ଆଉ ଠିକ୍ ଏହି ସମୟରେ ଇମ୍ରାନଙ୍କ ଜେଲ୍ ଯିବା ଘଟଣାକୁ ଆହୁରି ସନ୍ଦେହ ଭିତରକୁ ଟାଣୁଛି। ତେବେ ପାକିସ୍ତାନର କର୍ଯ୍ୟପନ୍ଥା ଆମେରିକାକୁ ଭଲ ନ ଲାଗିବା ଏକଥା ପ୍ରାୟ ସମସ୍ତେ ଜାଣିଛନ୍ତି, କିନ୍ତୁ ହଠାତ୍ ଏ ଖବର ସାମ୍ନାକୁ ଆସିବା ପରେ ସନ୍ଦେହ ଆହୁରି ଘନୀଭୂତ ହୋଇଛି।