ଅସ୍ତ୍ର ବିରତି ପରେ ଗାଜାରୁ ଆସିଲା ମୁକ୍ତିର ତାଲିକା

୭ ସପ୍ତାହ ପରେ ୨୪ ଜଣ ବନ୍ଧକଙ୍କ ହେଲେ ମୁକ୍ତ

ଗାଜାରେ ଚାରି ଦିନିଆ ଅସ୍ତ୍ରବିରତି ପରେ ଆଜି ଦ୍ୱିତୀୟ ବ୍ୟାଚ୍ ବନ୍ଧକ ତାଲିକା ଇସ୍ରାଏଲକୁ ହସ୍ତାନ୍ତର କରିଛି । ହମାସ୍ ଆଜି ଏହି ବନ୍ଧକମାନଙ୍କୁ ମୁକ୍ତ କରିପାରେ । | ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଫିସର ତଥ୍ୟ ଅନୁସାରେ ସୁରକ୍ଷା ଅଧିକାରୀମାନେ ହମାସରୁ ପ୍ରାପ୍ତ ବନ୍ଧକ ତାଲିକା ଯାଞ୍ଚ କରୁଛନ୍ତି । ଶୁକ୍ରବାର ମୁକ୍ତ ହୋଇଥିବା ଇସ୍ରାଏଲ୍ ବନ୍ଧକମାନଙ୍କ ମଧ୍ୟରେ ଚାରିଜଣ ଶିଶୁଙ୍କ ସମେତ ପାଞ୍ଚଜଣ ବୃଦ୍ଧ ମହିଳା ଏବଂ ସେମାନଙ୍କ ପରିବାର ସଦସ୍ୟ ସାମିଲ ଥିଲେ । ଏହାର ପ୍ରତିବଦଳରେ ୩୯ ପାଲେଷ୍ଟାଇନ ମହିଳା ଏବଂ ଶିଶୁ ଇସ୍ରାଏଲ ଜେଲରୁ ମୁକ୍ତ ହୋଇଥିଲେ । ୭ ସପ୍ତାହ ପରେ ହମାସ୍ ୨୪ ଜଣ ବନ୍ଧକଙ୍କୁ ମୁକ୍ତ କଲା । ଇସ୍ରାଏଲ ସହିତ ଚାରି ଦିନିଆ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ହାମାସ ଶୁକ୍ରବାର ଦିନ ୭ ସପ୍ତାହ ପରେ କେରେମ ଶାଲୋମ କ୍ରସିଂରେ ୨୪ ଜଣ ବନ୍ଧକଙ୍କୁ ମୁକ୍ତ କରିଥିଲା । ଅକ୍ଟୋବର ୭ ରେ ହୋଇଥିବା ଆକ୍ରମଣରେ ହମାସ୍ ୨୦୦ ରୁ ଅଧିକ ଇସ୍ରାଏଲ୍ ନାଗରିକଙ୍କୁ ଅପହରଣ କରି ବନ୍ଧକ ରଖିଛି । ବନ୍ଧକ ବିନିମୟର ପ୍ରଥମ ପର୍ଯ୍ୟାୟରେ ଗତକାଲି ହମାସ୍ ସମୁଦାୟ ୨୪  ଜଣ ବନ୍ଧକଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରେ ୧୩ ଜଣ ଇସ୍ରାଏଲ୍, ୧୦ ଜଣ ଥାଇ ଏବଂ ଜଣେ ଫିଲିପାଇନ୍ ନାଗରିକ ଅଛନ୍ତି ।