ଓଲଟିଲା ଶ୍ରମିକଙ୍କ ବସ୍

ଭୟଙ୍କର ଦୁର୍ଘଟଣା, ୧୦ ପ୍ରବାସୀ ମହିଳା ଶ୍ରମିକ ମୃତ

ଭୟଙ୍କର ଦୁର୍ଘଟଣା । ମେକ୍‌ସିକୀୟ ପ୍ରଦେଶ ସିଆପାସ୍‌ରେ ୩୫ଜଣ ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଓଲଟି ୧୦ଜଣଙ୍କର ମୃତ୍ୟୁ ଘଟିଛି ଓ ୨୫ଜଣ ଆହତ ହୋଇଛନ୍ତି । କ୍ୟୁବାରୁ ଆସିଥିବା ଏହି ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଟ୍ରକ୍‌ଟି ଯୁକ୍ତରାଷ୍ଟ୍ର ଆମେରିକା ଅଭିମୁଖେ ଯାତ୍ରା କରୁଥିବା ଅନୁମାନ କରାଯାଉଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏକ ସପ୍ତାହ ମଧ୍ୟରେ ପ୍ରବାସୀ ଶ୍ରମିକ ଥିବା ଗାଡ଼ିର ଏହା ହେଉଛି ଦ୍ବିତୀୟ ସଡ଼କ ଦୁର୍ଘଟଣା । ମୃତାହାତ ମହିଳା ଶ୍ରମିକଙ୍କ ମଧ୍ୟରେ ଜଣେ ତରୁଣୀ ବି ଅଛନ୍ତି । ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ପିଜିଜିଆପାନ୍‌ ଓ ଟୋନାଲା ସହରକୁ ସଂଯୋଗ କରୁଥିବା ରାଜପଥର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରବେଶ କରିବାକୁ ଚାହୁଁଥିବା ବହୁସଂଖ୍ୟକ ପ୍ରବାସୀ ଶ୍ରମିକ ଏହି ବାଟେ ଯାଆନ୍ତି।