ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ

ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ । ସିଫର ମାମଲାରେ କୋର୍ଟ ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଇମ୍ରାନଙ୍କ ସହ ତାଙ୍କ ସହଯୋଗୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁ୍ୟରେସିଙ୍କୁ ମଧ୍ୟ ସଜା ଶୁଣାଇଛନ୍ତି ପାକିସ୍ତାନ ସ୍ୱତନ୍ତ୍ର କୋର୍ଟ । ଦେଶ ସୁରକ୍ଷାରେ ଜଡି଼ତ ସିଫର ମାମଲା ବେଶ ସମ୍ବେଦନଶୀଳ ବୋଲି କୁହାଯାଉଛି । ଯେଉଁଥିରେ ଇମ୍ରାନ ନିଜ ବ୍ୟକ୍ତିଗତ ଫାଇଦା ପାଇଁ ଦେଶର ଟପ ସିକ୍ରେଟକୁ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । କ୍ଷମତାରୁ ବେଦଖଲ ହେବା ପରେ ଇମ୍ରାନ ଆମେରିକାର ହାତ ଥିବା ସନ୍ଦେହ କରିଥିଲେ । ଆମେରିକାର ପ୍ରରୋଚନାରେ ତାଙ୍କୁ କ୍ଷମତାରୁ ବିତାଡିତ କରାଯାଇଛି ବୋଲି ଇମ୍ରାନ ଅଭିଯୋଗ ଆଣିଥିଲେ । ଏ ନେଇ ୱାଶିଂଟନସ୍ଥିତ ପାକ ରାଷ୍ଟ୍ରଦୂତ ଇମ୍ରାନଙ୍କୁ ଗୋଟିଏ ଗୁପ୍ତ କେବଲ ବା ଟେପ ପଠାଇଥିଲା । ଏହାପରେ ଇମ୍ରାନ ନିଜ ରାଜନୈତିକ ଫାଇଦା ପାଇଁ ଉକ୍ତ ଟେପକୁ ସାର୍ବଜନୀନ କରିଦେଇଥିଲେ । ଯାହାକୁ ସିଫର କୁହାଯାଉଛି