ବିବାହ ମଣ୍ଡପରେ ଅଗ୍ନିକାଣ୍ଡ, ବରକନ୍ଯା ଜୀବନ୍ତ ଦଗ୍ଧ !

ମୃତ୍ୟୁ ଏମିତି ବି ଆସେ ! ବିବାହ ମଣ୍ଡପରେ ଜଳିଗଲେ ୧୦୦ରୁ ଊର୍ଦ୍ଧ୍ଵ ଲୋକ !

ମୃତ୍ୟୁ ଏମିତି ବି ଆସେ । ହସ ଖୁସିର ମାହୋଲଟା ଯେ ହଠାତ କାନ୍ଦବୋବାଳିରେ ଫାଟି ପଡ଼ିବ ତାହା କାହାକୁ ବା ଜଣା ଥିଲା । ବାହାଘର ବେଳେ ମଣ୍ଡପରେ ଲାଗିଲା ନିଆଁ ଜଳିଗଲେ ୧୦୦ରୁ ଊର୍ଦ୍ଧ୍ଵ ଲୋକେ । ଏମିତିକି ଯାହା ପାଇଁ ଆୟୋଜନ ସେମାନେ ବି ଜଳିଗଲେ । ଜୀବନ୍ତ ଦଗ୍ଧ ହୋଇଗଲେ ବର କନ୍ୟା । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଇରାକର ହାମଦାନିଆ ଜିଲ୍ଲାରେ ଥିବା ନିନଭେଦ ପ୍ରୋଭିନ୍ସ ସହରରେ। ଅଗ୍ନିକାଣ୍ଡରେ ଦେଢ ଶହରୁ ଅଧିକ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାମ । ସୂଚନା ଅନୁସାରେ ଧାର୍ଯ୍ୟ ସମୟ ଅନୁଯାୟୀ ଚାଲିଥିଲା ବାହାଘର । ହଠାତ ଉପରୁ ଖସିଲା ନିଆଁ । କେହି କିଛି ବୁଝିବା ପୂର୍ବରୁ ନିଆଁ ପ୍ରକୋପ ପୁରା ମଣ୍ଡପକୁ ଗ୍ରାସ କରିସାରିଥିଲା। ନିଆଁର ମାତ୍ରା ଏତେ ଅଧିକ ଥିଲା କି ଲୋକେ ବାହାରକୁ ବାହାରି ପାରିନଥିଲେ।

ଫଳରେ ପୋଡି ହୋଇ ଘଟଣାସ୍ଥଳରେ ହିଁ ଅନେକଙ୍କ ଜୀବନ ଯାଇଥିଲା । ଚାହୁଁଚାହୁଁ ଜଳିଗଲେ ବରକନ୍ଯାଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ଵ ଲୋକେ । ୧୫୦ରୁ ଊର୍ଦ୍ଧ୍ଵ ଲୋକେ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି । କୁହାଯାଉଛି କି ବାଣ ଫୁଟିବା ଯୋଗୁ ନିଆଁ ଲାଗିଛି ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ତୁରନ୍ତ ନିକଟସ୍ଥ ହସ୍ପିଟାଲର ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ବିବାହ ମଣ୍ଡପରେ ଫସି ରହିଥିବା ଲୋକଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି । ତୁରନ୍ତ ଆହତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇରାକ ପ୍ରଧାନମନ୍ତ୍ରୀ । ଏହି ଘଟଣା ସମଗ୍ର ବିଶ୍ଵକୁ ସ୍ତବ୍ଧ କରିଛି ।