ୟୁକ୍ରେନ୍ ର ଚାଲ୍ କୁ ବିଫଳ କଲା ରୁଷ
ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମସ୍କୋରେ ଡ୍ରୋନ୍ ଆକ୍ରମଣ । ମସ୍କୋ ମେୟର ସେର୍ଗେଇ ସୋବିୟାନିନ୍ ଏହାକୁ ୟୁକ୍ରେନର ଡ୍ରୋନ୍ ଆକ୍ରମଣ ବୋଲି କହିଛନ୍ତି । ଏହି ଆକ୍ରମଣରେ ଦୁଇଟି ଅଣଆବାସିକ କୋଠାକୁ ଟାର୍ଗେଟ କରାଯାଇଥିଲା। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ ୟୁକ୍ରେନର ଏହା ଏକ ଆତଙ୍କବାଦୀ କାର୍ଯ୍ୟ । ତେବେ ଏଥିରେ କୁହାଯାଇଛି ଯେ ରୁଷିଆର ବାୟୁ ପ୍ରତିରକ୍ଷା ବାହିନୀ ୟୁକ୍ରେନର ଡ୍ରୋନ ଆକ୍ରମଣକୁ ବିଫଳ କରିଛି । ଓଡେସାର କୃଷ୍ଣ ସାଗର ବନ୍ଦରରେ ହୋଇଥିବା ରୁଷୀୟ କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିଶୋଧ ନେବାକୁ ୟୁକ୍ରେନ ଏହି ଆକ୍ରମଣ ହୋଇଛି । ଗୋଟିଏ ଡ୍ରୋନ୍ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟସ୍ଥ ଏକ କୋଠାରେ ପଡ଼ିଥିଲା । ଅନ୍ୟଟି ମୁଖ୍ୟ ରିଙ୍ଗ୍ ରୋଡ୍ ନିକଟ ଲିଚେଭା ଷ୍ଟ୍ରିଟରେ ଥିବା ଏକ ବ୍ୟବସାୟ କେନ୍ଦ୍ରରେ ପଡ଼ିଥିଲା । ଏହାପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତି ଜାରି କରି ଏହି ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଥିଲା। ରଏଟର୍ସ ନ୍ୟୁଜ୍ ଏଜେନ୍ସି ଏହି ଆକ୍ରମଣ ପୂର୍ବରୁ ଦୁଇଟି ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ଦେଇଛି।