ଭାଙ୍ଗିଲା ଟ୍ରମ୍ପ-ମସ୍କ ଯୋଡ଼ି
ଭାଙ୍ଗିଲା ଟ୍ରମ୍ପ-ମସ୍କ ଯୋଡ଼ି । କୋଟିପତି ବ୍ୟବସାୟୀ ଏଲୋନ ମସ୍କ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଏବଂ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନରୁ ନିଜକୁ ଅଲଗା କରିବାକୁ ଘୋଷଣା କରିଛନ୍ତି । ଏଲନ୍ ମସ୍କଙ୍କ ଟ୍ରମ୍ପ ପ୍ରଶାସନରେ କାର୍ଯ୍ୟକାଳ ସମାପ୍ତ। ସୋସିଆଲ ମିଡିଆ X ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଏଲନ ମସ୍କ । ଟ୍ରମ୍ପ ପ୍ରଶାସନରେ ତାଙ୍କର ସ୍ୱତନ୍ତ୍ର ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟକାଳ ସମାପ୍ତ ହେବା ଘୋଷଣା କରିଛନ୍ତି ମସ୍କ। ଟ୍ରମ୍ପ ପ୍ରଶାସନରେ ସେ ସରକାରୀ ଦକ୍ଷତା ବିଭାଗ ସହ ଜଡ଼ିତ ଥିଲେ। ସେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅଯଥା ସରକାରୀ ଖର୍ଚ୍ଚ ହ୍ରାସ କରିବା ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହ ଏକ ସୋସିଆଲ ମିଡିଆ ପୋଷ୍ଟରେ ମସ୍କ ଲେଖିଛନ୍ତି ଯେ ଜଣେ ସ୍ୱତନ୍ତ୍ର ସରକାରୀ କର୍ମଚାରୀ ଭାବରେ ମୋର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସରକାରଙ୍କ ଜୀବନଶୈଳୀରେ ପରିଣତ ହେବା ସହିତ DOGE ମିଶନ ସମୟ ସହିତ ଆହୁରି ଶକ୍ତିଶାଳୀ ହେବ ।
