ପୁଣି ବ୍ରିଟେନରେ କରୋନା ରିଟର୍ଣ୍ଣସ

ସାବଧାନ ଆସୁଛି କରୋନା !

ସାବଧାନ ପୁଣି ଫେରିଲା କରୋନା ! ବ୍ରିଟେନରେ ପୁଣି ଦେଖିବାକୁ ମିଳିଛି କରୋନା ଭୟ । ତେବେ କରୋନାର ଭୟାବହତା ସମ୍ପର୍କରେ ସାରା ଦେଶ ପରିଚିତ ଥିବା ବେଳେ ଏବେ ଏହା ପୁଣି ବ୍ରିଟେନକୁ ଫେରିବା ଖବର ସାମ୍ନାକୁ ଆସିବା ପରେ ଅବୁଥି ଏବେ ଭୟାର ବାତାବରଣ ଦେଖିବାକୁ ମିଳିଛି । ତେବେ ସୂଚନା ଅନୁସାରେ EG.5.1 ନାମକ ଏକ ନୂଆ ଭାରିଆଣ୍ଟ ବର୍ତ୍ତମାନ ଦେଶରେ ବ୍ୟାପ୍ତ ହେବାରେ ଲାଗିଛି । ଓମିକ୍ରନ ଭାରିଆଣ୍ଟରୁ EG.5.1 ଉତ୍ପତ୍ତି ହୋଇଥିବା ସୂଚନା ମିଳିଛି ।

EG.5.1କୁ ଏରିସ କୁହାଯାଉଥିବାବେଳେ ଗତମାସରେ ଏହି ଭାରିଆଣ୍ଟକୁ ବିଭିନ୍ନ ସ୍ଥାନରେ ସନ୍ଧାନ କରାଯାଇଥିଲା । ସାରା ଦେଶରେ ଏହି ଭାରିଆଣ୍ଟ ଦ୍ରୁତ ଗତିରେ ପ୍ରସାରିତ ହେଉଛି ବୋଲି କୁହାଯାଇଛି । ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ଏଜେନ୍ସି ବା ୟୁକେଏଚଏସଏ ପକ୍ଷରୁ କୁହାଯାଇଛି ୭ ଜଣ ନୂଆ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଏରିସ ଜରିଆରେ ସଂକ୍ରମିତ ହେଉଛନ୍ତି । ତେବେ ଭାରତରେ ଏଯାଏଁ ଏହାର ପ୍ରଭାବ ଦେଖାଯାଇ ନଥିଲେ ସୁଦ୍ଧା ହାକୁ ନେଇ ଚିନ୍ତା ବଢିଛି ।