ସଂକଟରେ ଚୀନର ଅର୍ଥନୀତି

ଅର୍ଥନୀତି ସଙ୍କଟ: ପେନସନ୍ ଦେବାକୁ ରାଜକୋଷରେ ନାହିଁ ଟଙ୍କା

ସଂକଟରେ ଚୀନର ଅର୍ଥନୀତି । ପେନସନ୍ ଦେବାକୁ ରାଜକୋଷରେ ନାହିଁ ଟଙ୍କା । ଅବସର ବୟସ ସୀମା ୧୦ ବର୍ଷ ବୃଦ୍ଧି କରିବାକୁ ଯୋଜନା। ବଢୁଥିବା ପ୍ରାପ୍ତ ବୟସ୍କଙ୍କ ସଂଖ୍ୟା ଚାଇନାର ଚିନ୍ତା ବଢାଉଛି । ବୟସ୍କଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଚୀନ ସରକାର ଅବସର ବୟସ ସୀମାକୁ ବଢାଇବାର ଯୋଜନା କରୁଛି । ତେବେ ଅବସର କାଳ ପ୍ରାୟ ୧୦ ବର୍ଷ ଯାଏଁ ବଢା ଯାଇପାରେ, ଯାହାକୁ ପର୍ଯ୍ୟାୟ କ୍ରମେ ଲାଗୁ କରାଯିବ । ଚୀନରେ ଶିଶୁ ଜନ୍ମହାର କ୍ରମଶଃ କମିବାରେ ଲଗିଛି ଓ କାର୍ଯ୍ୟରେ ନିଯୁକ୍ତ ବୟସ୍କ କର୍ମଚାରୀ ମାନେ ଅଧିକ ମାତ୍ରାରେ ରହିଛନ୍ତି । ଏପରି ପରିସ୍ଥିତିରେ ଚାଇନାରେ ନୂଆ ମାନବ ସମ୍ବଳର ଘୋର ଅଭାବ ଦେଖାଯିବ । ଏଣୁ ଚାଇନା ଏହି ନିଷ୍ପତ୍ତି ନେଇପାରେ । ଅମେରିକାର ହାରାହାରି ଜୀବନ ହାର ୭୬ ବର୍ଷ ଥିବା ବେଳେ ଚାଇନାର ହାର ବର୍ତ୍ତମାନ ଆମେରିକାକୁ ଟପି ଯାଇ ୭୮ ହୋଇ ଗଲାଣି । ଯଦି ଏହି ଗତିରେ ଲୋକ ଅବସର ନେବେ ତାହେଲେ ୩୦ କୋଟି ଲୋକଙ୍କୁ ପେନସନ ଦେବା ଦେଶ ପାଇଁ ବ୍ୟୟ ବହୁଳ ହେବ । ଏଣୁ ସେହି ଅର୍ଥକୁ ପେନସନରେ ଦେଇ ପୁଣି ନୂଆ ନିଯୁକ୍ତି କରିବା ଅପେକ୍ଷା ସେହି ଅର୍ଥକୁ ଦରମା ଭାବେ ଦେଇ କର୍ମଚାରୀ ମାନଙ୍କ କାର୍ଯ୍ୟକାଳ ବଢାଇ ଦେଲେ ଏହା ଦେଶ ପାଇଁ ଲାଭଦାୟକ ରହିବ ବୋଲି ଆଶା କରାଯାଉଛି । ଚାଇନାରେ ପୁରୁଷ ମାନଙ୍କ ଅବସର ବୟସ ୬୦ ଥିବା ବେଳେ ମହିଳା ମାନଙ୍କ ପାଇଁ ବୟସ ସୀମା ୫୫ ରହିଛି । ପେନସନ ପାଇଁ ପର୍ଯ୍ୟପ୍ତ ଅର୍ଥାଭାବରୁ ଦେଶ ଏପରି ନିଷ୍ପତ୍ତି ନେଉଥିବା ବେଳେ ଏହା ବିରୋଧରେ ଦେଶର ଯୁବପିଢି ମାନଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ ।

Leave a Reply

Your email address will not be published. Required fields are marked *