ସାବଧାନ ମାଡି ଆସୁଛି ଆଉ ଏକ ଭୟଙ୍କର ଭୂତାଣୁ !

ଭୟଙ୍କର ଭୂତାଣୁ ପାଇଁ ଭବିଷ୍ୟବାଣୀ !

ସାବଧାନ ସତର୍କ ହୋଇଯାଆନ୍ତୁ, କାହିଁକି ନା ପୁଣି ଥରେ ମାଡି ଆସୁଛି ମହା ବିପତ୍ତି । ଆସୁଛି ଆଉ ଏକ ବଡ ମହାମାରୀ ଯାହା ସାରା ପୃଥିବୀକୁ ଗ୍ରାସ କରିଦେବ । ଏହା କରୋନାଠୁ ବି ବେସୀ ଭୟଙ୍କର । ଏନେଇ ହୋଇଛି ଭବିଷ୍ୟବାଣୀ । ଏଭଳି କିଛି ତଥ୍ୟ ଏବେ ଆନ୍ତର୍ଜାତୀୟ ଗଣମାଧ୍ୟମରେ ସାମ୍ନାକୁ ଆସିଛି । ଆଗକୁ କରୋନାଠାରୁ ବି ଆହୁରି ଘାତକ ଭାଇରସ୍ ଆସିବ ବୋଲି ହୋଇଛି ଭବିଷ୍ୟବାଣୀ। ଆଉ ଏ ଭବିଷ୍ୟବାଣୀ କରିବା ସହ ଚେତାବନୀ ଦେଇଛନ୍ତି ଚୀନର ବ୍ୟାଟଓମ୍ୟାନ୍ ଭାବେ ଜଣାଶୁଣା ବିଶେଷଜ୍ଞ ସି ଝେଙ୍ଗଲି । ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ପଶୁମାନଙ୍କ ଠାରୁ, ବି‌ଶେଷ କରି ବାଦୁଡ଼ିଙ୍କଠାରୁ ଉତ୍ପନ୍ନ ହେଉଥିବା ଭୂତାଣୁ ଉପରେ ନିଜ ଗବେଷଣା କାର୍ୟ୍ୟ ପାଇଁ ସି ଝେଙ୍ଗଲି ତାଙ୍କର ଏକ ରିପୋର୍ଟରେ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ଆଉ ଏକ କୋରୋନା ଭୂତାଣୁ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି।

ଭାଇରୋଲୋଜିଷ୍ଟ ସି ଝେଙ୍ଗ୍ଲିଙ୍କ ଅନୁସନ୍ଧାନ ଚିନ୍ତାଜନକ। ତାଙ୍କର ଆକଳନ ସୂଚାଉଛି ଯେ ଛଅ ପ୍ରକାରର ଭୂତାଣୁର ଭୟ ରହିଛି। ଯେଉଁଥିରୁ ଅଧା ପୂର୍ବରୁ ମନୁଷ୍ୟମାନଙ୍କ ଠାରେ ମାରାତ୍ମକ ରୋଗ ସୃଷ୍ଟି କରିଥିଲା, ସେମାନଙ୍କୁ ବଡ଼ ବିପଦ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ଅବଶିଷ୍ଟ ୩ ପ୍ରକାର ଅନ୍ୟ ପ୍ରାଣୀ ପ୍ରଜାତିକୁ ସଂକ୍ରମିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭବିଷ୍ୟତରେ କରୋନା ଭାଇରସ୍‌ ପରି ଆଉ ଏକ ମହାମାରୀ ବ୍ୟାପିବାର ଆଶଙ୍କା ରହିଛି ବୋଲି ଏହି ଗବେଷଣାରେ ପୂର୍ବାନୁମାନ କରାଯାଇଛି। ଏପଟେ କେରଳରେ ବ୍ୟପୁଥିବା ନିପା ଭାଇରସର ଉତ୍ପତ୍ତି ମଧ୍ୟ ବାଦୁଡି ଠାରୁ ହୋଇଛି । ଯାହା ଏବେ ଭବିଷ୍ୟବାଣୀକୁ ସତ କରୁଛି ବୋଲି କେହିକେହି ମତ ରଖିଛନ୍ତି । ତେବେ ଏପରି ଭବିଷ୍ୟବାଣୀ ପରେ ଅନେକ ପ୍ରଶ୍ନ ଲୋକଙ୍କ ମନରେ ଚିନ୍ତା ବଢାଇଦେଇଛି । ଯେମିତିକି ସତରେ କଣ କରୋନାଠାରୁ ଏହି ଭାଇରସ ଅଧିକ ମାରାତ୍ମକ ହେବ ? ଏହି ଭାଇରସ ନିପା ନୁହେଁ ତ ? ଯଦି ଭାଇରସ ଆସିବ ତେବେ କେବେ ଆସିବ ? ଏପରି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ଆଗାମୀ ସମୟରେ ହିଁ ଏହାର ସତ୍ୟତା ସ୍ପଷ୍ଟ ହେବ ।