ଭୟଙ୍କର ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର

ଭୟଙ୍କର ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬,୦ ଥିବାବେଳେ ଦୋହଳି ଯାଇଥିଲା ଆଣ୍ଡାମନ ନିକୋବର। ଏହି ବର୍ଷରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହା ତୃତୀୟ ଥର ଭୂମିକମ୍ପ । ତେବେ ଜର୍ମାନ୍ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସେଜ୍ ଏହାର ସୂଚନା ଦେଇ କହିଛି ଯେ, ଶନିବାର ଆଣ୍ଡାମାନ୍ ଓ ନିକୋବର ଦ୍ୱୀପର ୧୦ କିଲୋମିଟର ଗଭୀରତାରେ ୬ ତୀବ୍ରତାପୂର୍ଣ୍ଣ ଭୂମିକମ୍ପ ସଙ୍ଗଠିତ ହୋଇଛି ।

ଏହାର କେନ୍ଦ୍ରସ୍ଥଳ ପୋର୍ଟବ୍ଲେୟାରଠାରୁ ୧୨୬ କିଲୋମିଟର ଦକ୍ଷିଣପୂର୍ବରେ ହୋଇଥିବା କୁହାଯାଇଛି । ତେବେ କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିନାହିଁ । ତେବେ ଭୂକମ୍ପରେ ତୀବ୍ରତା ଅଧିକ ଥିବା ବେଳେ ପୁରା ଅଞ୍ଚଳରେ ଭୟାର ବାତାବରଣ ଦେଖିବାକୁ ମିଳିଛି । ବର୍ଷରେ ବିଭିନ୍ନ ସମୟରେ ଏଠାରେ ଭୂକମ୍ପ ଅନୁଭୂତ ହେଉଥିବା ଦେଖିବାକୁ ମିଳିଥାଏ ।