ଆତଙ୍କୀ ଆକ୍ରମଣ ପରେ ଉଗ୍ର ହୋଇଛି ଇସ୍ରାଏଲ !

ହମାସର ୮୦୦ରୁ ଊର୍ଦ୍ଧ୍ଵ ସ୍ଥାନରେ ଇସ୍ରାଏଲର ଏୟାରଷ୍ଟ୍ରାଇକ !

ଥମିବାର ନାଁ ଧରୁନି ଇସ୍ରାଏଲ ଯୁଦ୍ଧ । ପୁରା ରକ୍ତମୁଖା ହୋଇ ଉଠିଛି ଇସ୍ରାଏଲ । ହମାସ ଆତଙ୍କୀ ସଙ୍ଗଠନର ଆକ୍ରମଣ ପରେ ଚୁପ ବସିନି ଇସ୍ରାଏଲ । ଘମାଘୋଟ ଯୁଦ୍ଧ ଡାକରା ଦେବା ସହ ଆରମ୍ଭ କରିଦେଇଛି ଯୁଦ୍ଧର ତାଣ୍ଡବଲୀଳା । ପ୍ରତିଶୋଧ ନିଆଁରେ ଜଳୁଥିବା ଇସ୍ରାଏଲ ଏବେ ଗାଜା ସ୍ଥିତ ହମାସର ସବୁ ଠିକଣା ଉପରେ କରୁଛି ଏୟାରଷ୍ଟ୍ରାଇକ । ଇସ୍ରାଏଲର ଲଢୁଆ ବିମାନ ଗାଜା ପଟ୍ଟି ସ୍ଥିତ ହମାସ ଆତଙ୍କୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିବାରେ ଲାଗିଛି । ଇସ୍ରାଏଲ ସେନା ଆକ୍ରମଣରେ ଧ୍ୱଂସ୍ ସ୍ତୁପ ପାଲଟି ଗଲାଣି ଗାଜା ପଟ୍ଟିର ଅନେକ ସ୍ଥାନ । ସୂଚନା ଅନୁସାରେ ଗତ ଶନିବାର ହମାସ ଆତଙ୍କବାଦୀ ଇସ୍ରାଏଲର ପ୍ରମୁଖ ସହର ଉପରେ ୫ହଜାର ମିସାଇଲ ମାଡ କରିିଥିଲା ।

ଏହାସହ ଇସ୍ରାଏଲରେ ଅନୁପ୍ରବେଶ କରି ଅନେକ ସାଧାରଣ ନାଗରିକଙ୍କ ହତ୍ୟା କରିବା ସହ ଦୁଇ ଶହରୁ ଅଧିକ ଲୋକଙ୍କୁ ଅପହରଣ କରିନେଥିଲେ ହମାସ ଆତଙ୍କୀ । ଏହାର ପ୍ରତିଶୋଧ ନେବା ପାଇଁ ଯୁଦ୍ଧ ଡାକରା ଦେଇଛି ଇସ୍ରାଏଲ । ଗାଜା ପଟ୍ଟି ଉପରେ ଜୋରଦାର ପାଲଟା ଆକ୍ରମଣ କରୁଛି ଇସ୍ରାଏଲ ସେନା । ବୈଦେଶିକ ଗଣମାଧ୍ୟମ ସୂଚନା ଅନୁଯାୟୀ ପ୍ରତ୍ୟେକ ଥର ୬୦ଟି ଇସ୍ରାଏଲ ଲଢୁଆ ବିମାନ ହମାସ ଉପରେ ଆକ୍ରମଣ କରୁଛି । ଗତ ୨୪ ଘଣ୍ଟାରେ ଗାଜା ପଟ୍ଟି ଉପରେ ପାଖାପାଖି ୪ଥର ଏୟାର ଷ୍ଟ୍ରାଇକ୍ କଲାଣି ଇସ୍ରାଏଲ ।

ହମାସର ୮୦୦ରୁ ଊର୍ଦ୍ଧ୍ଵ ସ୍ଥାନରେ ଆକ୍ରମଣ କରି ଧ୍ଵଂସର ଲୀଳା ଆରମ୍ଭ କରିଦେଇଛି ଇସ୍ରାଏଲ । ଯାହା ସମଗ୍ର ବିଶ୍ଵପ୍ରତି ଏକ ଶୁଭ ସଂକେତ ହୋଇନଥିବା ବେଳେ ଏହା ସଭିଙ୍କୁ ସ୍ତବ୍ଧ କରିଛି । ସମସ୍ତେ ଉଭୟଙ୍କ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ପ୍ରାର୍ଥନା କରିଥିବା ମଧ୍ୟ ଏଖିବାକୁ ମିଳିଛି । ଦେଖିବାକୁ ବାକି ରହିଲା ପ୍ରତିଶୋଧ ପରାୟଣ ହୋଇ ପଡିଥିବା ଇସ୍ରାଏଲର ଆଗାମୀ ପରିପନ୍ଥୀ କଣ ରହୁଛି ।