ଇଣ୍ଡୋନେସିଆକୁ ୬ତୀବ୍ରତାର ଭୂମିକମ୍ପ ଝଟକା

ମରକ୍କୋ ପରେ ଥରିଲା ଇଣ୍ଡୋନେସିଆ

ମରକ୍କୋ ପରେ ୬ତୀବ୍ରତାରେ ଥରିଲା ଇଣ୍ଡୋନେସିଆ । ହଲମାହେରା ଦ୍ୱୀପପୁଞ୍ଜରେ ଭୂକମ୍ପର ଝଟକା ଲାଗିଥିବା ସୂଚନା ରହିଛି । ଭୂକମ୍ପର ଉତ୍ପତ୍ତିସ୍ଥଳ ଟର୍ନେଟ ଦ୍ୱୀପପୁଞ୍ଜର ଉତ୍ତର-ଉତ୍ତରପୂର୍ବଠାରୁ ପ୍ରାୟ ୩୯କିଲୋମିଟର ଦୂରରେ ଥିଲା । ଏହା ପୂର୍ବରୁ ଇଣ୍ଡୋନେସିଆର ମୁଖ୍ୟ ଦ୍ବୀପ ଜାଭା ଓ ପର୍ଯ୍ୟଟନସ୍ଥଳୀ ବାଲିରେ ୭ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପ ପରେ ଇଣ୍ଡୋନେସିଆରେ ଆତଙ୍କ ଖେଳିଯାଇଥିଲା । ଆମେରିକାର ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ସୂଚନା ଅନୁସାରେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭ ମାପ କରାଯାଇଥିଲା । ଏହାର କେନ୍ଦ୍ରସ୍ଥଳ ପୂର୍ବ ଜାଭାର ଟବାନ ସହରଠାରୁ ୯୬.୫ କିଲୋମିଟର ଉତ୍ତରରେ ଥିଲା । ଭୂମିକମ୍ପର ଉତ୍ପତ୍ତିସ୍ଥଳ ଭୂପୃଷ୍ଠରୁ ୫୯୪ କିମି ଗଭୀରରେ ଥିଲା ।