ବଡ଼ ବିମାନ ଦୁର୍ଘଟଣା

ଋଷରେ ବଡ଼ ବିମାନ ଦୁର୍ଘଟଣା, ୪୮ ଜଣଙ୍କ ମୃତ୍ୟୁ

ପୁଣି ଏକ ବଡ଼ ବିମାନ ଦୁର୍ଘଟଣା । ୫୦ ଜଣଙ୍କୁ ନେଇଯାଉଥିବା ରୁଷର ଏକ ବିମାନ ଆମୁର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାତ୍ରୀଙ୍କ ସହ ୬ ଜଣ ବିମାନ କର୍ମଚାରୀ ପ୍ରାଣ ହରାଇଛନ୍ତି । ଏଥିରେ ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିମାନର ଧ୍ୱଂସାବଶେଷ ଠାବ କରାଯାଇଛି । ରୁଷ୍ ଆଙ୍ଗାରା ଏୟାର ଲାଇନ୍ସର ଏଏନ୍-୨୪ ବିମାନଟି ଭ୍ଲାଗୋଭେସଚେନ୍ସକରୁ ଚୀନ ସୀମାକୁ ଲାଗିଥିବା ଆମୁର ଅଞ୍ଚଳର ତାଇଣ୍ଡା ଅଭିମୁଖେ ଯାଉଥିଲା । ଗନ୍ତବ୍ୟସ୍ଥଳରେ ପହଞ୍ଚିବାର କିଛି ସମୟ ପୂର୍ବରୁ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ଏବଂ ବିମାନଟି ରାଡାର ସ୍କ୍ରନରୁ ଉଭେଇ ଯାଇଥିଲା ।ତାଇଣ୍ଡାଠାରୁ ୧୬ କିଲୋମିଟର ଦୂର ଏକ ପାର୍ବତ୍ୟାଞ୍ଚଳରୁ ବିମାନର ଧ୍ୱଂସାବଶେଷ ଠାବ କରାଯାଇଛି । ନିଆଁ ଜଳୁଛି ଓ ଅଞ୍ଚଳ ପୂରା ଧୂଆଁମୟ ଦେଖିବାକୁ ମିଳିଛି । ଯାତ୍ରୀ କିମ୍ୱା କୌଣସି ବିମାନ କର୍ମଚାରୀଙ୍କ ପତ୍ତା ମିଳିନାହିଁ । ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ, ସମସ୍ତଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।