
ଆମେରିକା ରାଷ୍ଟ୍ରପତିଙ୍କୁ ଉପହାର ଦେଲେ ଭାରତ ପ୍ରଧାନମନ୍ତ୍ରୀ । ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ ବାଇଡେନଙ୍କ ସହ ହ୍ୱାଇଟ ହାଉସ୍ରେ ଡିନର ପାର୍ଟିରେ ସାମିଲ ହୋଇଥିଲେ । ଏଥିରେ ବାଇଡେନ ଦମ୍ପତିଙ୍କୁ ୭.୫ କ୍ୟାରେଟ୍ର ସବୁଜ ହୀରା ସହିତ ଭୂମି, ଧାନ, ଗୋ ଓ ସୁବର୍ଣ୍ଣ ଉପହାର ଦେଇଥିଲେ। ସେହିପରି ରାଷ୍ଟ୍ରପତି ବାଇଡେନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆୟର୍ଲାଣ୍ଡର ବିଶ୍ୱବିଖ୍ୟାତ କବି ଡବ୍ଲ୍ୟୁ. ବି. ୟେଟ୍ସଙ୍କ ରଚିତ ଦ ଟେନ୍ ପ୍ରିନ୍ସିପାଲ୍ ଉପନିଷଦ ପୁସ୍ତକ ପ୍ରଦାନ କରିଥିଲେ। ମୋଦି ବାଇଡେନ ଦମ୍ପତିଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିଥିବା ବେଳେ ସେଥିରେ କାରୁକାର୍ଯ୍ୟପୂର୍ଣ୍ଣ ଚନ୍ଦନ କାଠର ଏକ ସ୍ୱତନ୍ତ୍ର ବାକ୍ସ ଥିଲା। କର୍ଣ୍ଣାଟକାର ମହୀଶୂରରୁ ଆସିଥିବା ଏହି ଚନ୍ଦନ କାଠରେ ରାଜସ୍ଥାନର କାରିଗର ବିଭିନ୍ନ କାରୁକାର୍ଯ୍ୟ ଖୋଦେଇ କରିଥିଲେ। ଯାହାକି ଭାରତୀୟ ସଂସ୍କୃତିର ଝଲକ ପରି ଦୃଶ୍ୟମାନ ହେଉଥିଲା।
