ଭାରତର ଜାତୀୟ ସଙ୍ଗୀତ ଗାଇଲେ ବିଦେଶୀ ସିଙ୍ଗର

ବିଦେଶୀ ସିଙ୍ଗର ମ୍ୟାରି ମିଲିବେନ ଗାଇଲେ ଭାରତର ଜାତୀୟ ସଂଙ୍ଗୀତ । ତାହା ପୁଣି ଅତି ଚମତ୍କାର କଣ୍ଠ ସ୍ୱରରେ। ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ କାର୍ଯ୍ୟକ୍ରମ ଶେଷରେ ମ୍ୟାରି ମିଲିବେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ଭୁଲି ନାହାନ୍ତି। ଏହାଦେଖି ଅନ୍ୟମାନେ ଚକିତ ହୋଇ ଯାଇଥିବା ବେଳେ  ଆମେରିକାନ ଅଭିନେତ୍ରୀ ଓ ସିଙ୍ଗର ମ୍ୟାରି ମିଲିବେନ ଏବେ ଇଣ୍ଟରନେଟ ସେନସେସନ ପାଲଟି ଯାଇଛନ୍ତି। ନିଜ ୩ ଦିନିଆ ଆମେରିକା ଗସ୍ତ ଅବସରରେ ମୋଦି ୱାଶିଂଟନ ଡିସିରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମ୍ୟାରି ମିଲିବେନ ସମସ୍ତଙ୍କ ସମ୍ମୁଖରେ ଭାରତର ଜାତୀୟ ସଙ୍ଗୀତ ଗାନ କରିଥିଲେ ।