କୁମ୍ଭୀରକୁ ବାହା ହେଲେ ମେୟର

କୁମ୍ଭୀର ଓ ମଣିଷର ବାହାଘର

ଆପଣ ଗଛ ସହ ମଣିଷର ବିବାହ କଥା ଶୁଣିଥିବେ । କିନ୍ତୁ କେବେ କୁମ୍ଭୀର ସହ ମଣିଷର ବିବାହ କଥା ଶୁଣିଛନ୍ତି । ଆମେ ଆପଣଙ୍କୁ ଦେଖାଇବୁ ମଣିଷ ଓ କୁମ୍ଭୀରର ବିବାହ।  ମେକ୍ସିକୋର ଏକ ସହରରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟକର ଘଟଣା ।  ସାନ ପେଡ୍ରୋ ହୁଆମେଲୁଲା ସହରର ମେୟର ଭିକ୍ଟର ହ୍ୟୁଗୋ ସୋସା ଯାହା କରିଛନ୍ତି ଆପଣ ଜାଣିଲେ ଚକିତ ହୋଇଯିବେ । ସେ ଏକ କୁମ୍ଭୀରକୁ ବିବାହ କରିଛନ୍ତି । ମେୟର ଜଣକ  ଯେଉଁ ମାଈ କୁମ୍ଭୀରକୁ ବାହା ହୋଇଛନ୍ତି ତାହାର ନାମ ଆଲିସିଆ ଏଡ୍ରିଆନା। ସହରର ଲୋକଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିବା ନିମନ୍ତେ ଏଭଳି ବିବାହ କାର୍ଯ୍ୟକ୍ରମ ହୋଇଛି। ଏହା ପରେ ମେୟର କହିଛନ୍ତି ଆମେ ପରସ୍ପରକୁ ଭଲ ପାଉଥିବାରୁ ମୁଁ ଏଭଳି ଦାୟିତ୍ବ ନିର୍ବାହ କରିଛି। ବିନା ପ୍ରେମରେ ବିବାହ ହୋଇପାରିବନି । ଏ ପ୍ରକାର କୁମ୍ଭୀର ସାଧାରଣତଃ ଉକ୍ତ ଅଞ୍ଚଳରେ ଦେଖା‌ଯାଇଥାନ୍ତି। ଦୀର୍ଘବର୍ଷ ହେଲା ଏହି ପରମ୍ପରା ଏଠାରେ ରହିଛି। ବିବାହ ପୂର୍ବରୁ କୁମ୍ଭୀରକୁ ଲୋକମାନେ ଘରକୁ ଘର ନେଇଥାନ୍ତି। ସେମାନେ ତାହାକୁ ହାତରେ ଧରି ନାଚିଥାନ୍ତି। କୁମ୍ଭୀରକୁ ନୂଆ ପୋଷାକ ପିନ୍ଧାଯାଇଥାଏ। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ କୁମ୍ଭୀରର ପାଟିକୁ ବନ୍ଦ କରାଯାଇଥାଏ। ଏହାପରେ କୁମ୍ଭୀରକୁ ବିବାହ ପାଇଁ ଏକ ଧଳା ପୋଷାକ ପିନ୍ଧାଇ ଦିଆଯାଇ ବିବାହ ପାଇଁ ହଲ୍‌କୁ ନିଆଯାଇଥାଏ। ବିବାହ ଉତ୍ସବରେ ପାରମ୍ପରିକ ସଙ୍ଗୀତର ତାଳେ ତାଳେ ଲୋକଙ୍କ ସହିତ ମେୟର କୁମ୍ଭୀର ସହିତ ନାଚିଥାନ୍ତି। ନାଚଗୀତ ଶେଷ ହେବା ପରେ ମେୟର କୁମ୍ଭୀରର ମୁହଁରେ ଚୁମ୍ବନ କରିଥାନ୍ତି। ଏହିପରି ଭାବେ ପ୍ରତିବର୍ଷ ମେୟରମାନେ କୁମ୍ଭୀରକୁ ବିବାହ କରିବା ଏଠାକାର ପରମ୍ପାର ଅନ୍ତର୍ଭୁକ୍ତ ରହିଛି ।