ଅସ୍ତ୍ରୋପଚାର ପରେ ଘରକୁ ଫେରିଲେ କିଙ୍ଗ୍ ଖାନ୍

ସୁସ୍ଥ ହେଉଛନ୍ତି ଶାହରୁଖ୍

ସୁଟିଂ ସେଟ୍ ରେ ଦୁର୍ଘଟଣା । ଆହତ ହେଲେ ବଲିଉଡ ସୁପରଷ୍ଟାର ଶାହରୁଖ୍ ଖାନ୍ । ଆମେରିକାର ଲସ୍ ଏଞ୍ଜେଲ୍‌ସରେ ସୁଟିଂ ବେଳେ ଦୁର୍ଘଟଣାର ଶିକାର ହେବା ପରେ ବଲିଉଡ଼ ଅଭିନେତା ଶାହରୁଖ ଖାନ୍‌ଙ୍କର ଅସ୍ତ୍ରୋପଚାର ହୋଇଥିଲା। ତା’ପରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରି ନିଜ ଘରେ ରହି ଧୀରେ ଧୀରେ ସୁସ୍ଥ ହେଉଥିବା ଜଣାପଡ଼ିଛି। ଲସ୍‌ ଏଞ୍ଜେଲ୍‌ସରେ ସୁଟିଂ ବେଳେ ଶାହରୁଖ ଖାନ୍‌ଙ୍କ ନାକରେ ଆଘାତ ଲାଗିଥିଲା। ନାକରୁ ପ୍ରବଳ ରକ୍ତ ବୋହିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ନାକରେ ଏକ ଛୋଟିଆ ଅସ୍ତ୍ରୋପଚାର କରାଯାଇଥିଲା। ଏବେ ନାକରେ ତାଙ୍କର ଏକ ବ୍ୟାଣ୍ଡେଜ ବନ୍ଧା ହୋଇଥିବା ଦେଖିବାକୁ ମିଳୁଛି।