ଆଡଭାନ୍ସ ବୁକିଂରେ ୯ କୋଟି ରୋଜଗାର କଲାଣି ”ଯବାନ”

ରିଲିଜ ପୂର୍ବରୁ ”ଯବାନ”ର ରେକର୍ଡ

ରିଲିଜ ପୂର୍ବରୁ ଫିଲ୍ମ ”ଯବାନ”ର କ୍ରେଜ୍ । ଆଡଭାନ୍ସ ବୁକିଂରେ ନୂଆ ରେକର୍ଡ କଲେକ୍ସନ କରିଛି ଏହି ଚଳଚ୍ଚିତ୍ର । ସାରାଦେଶରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ କିଛି ହଲରେ ଟିକେଟ ୨୪ଶହ ଟଙ୍କାରେ ବିକ୍ରି ହେଉଛି । ଏବେସୁଦ୍ଧା ପ୍ରାୟ ୫ଲକ୍ଷ ଟିକେଟ ବୁକିଂ ହୋଇଛି । ଆଡଭାନ୍ସ ବୁକିଂରେ ୯ କୋଟି ରୋଜଗାର କରିଛି ଶାହାରୁଙ୍କ ଯବାନ । ହିନ୍ଦୀ ହାର୍ଟଲ୍ୟାଣ୍ଡ ସହ ଅନ୍ୟ କିଛି ସହରରେ ବି ସକାଳ ୬ଟାରୁ ଯବାନର ଫାଷ୍ଟ ଡେ’ ଫାଷ୍ଟ ଶୋ’ ରଖାଯାଇଛି । ଓପନିଂ ଡେ’ ରେ ଫିଲ୍ମ ଶହେ କୋଟି ରୋଜଗାର କରିବା ଆଶା ରଖିଛନ୍ତି ପୁରା ଟିମ୍ । ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ଯବାନର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର । ଫିଲ୍ମରେ ଶାହରୁଖ ଖାନଙ୍କ ସମେତ ସାଉଥର ସୁପରଷ୍ଟାର ନୟନତାରା, ବିଜୟ ସେଥୁପତି, ସୁନୀଲ ଗ୍ରୋବର, ରିଧି ଡୋଗ୍ରା ପ୍ରମୁଖ ଅଭିନୟ କରିଛନ୍ତି । ଦୁଇ ଦିନ ପରେ ରିଲିଜ ହେବ କିଙ୍ଗ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଯବାନ । ଟ୍ରେଲର ରିଳିଜ ହେବାର କିଛି ସମୟ ଭିତରେ ମିଲିଅନ୍ସ ଭିଉଜ ହୋଇଥିଲା ଫିଲ୍ମ ।