ବକ୍ସ ଅଫିସରେ ”ଆନିମଲ” ଫିଲ୍ମର ନୂଆ ରେକର୍ଡ

”ପଠାନ୍”ର ରେକର୍ଡ ଭାଙ୍ଗିଲା ”ଆନିମଲ”

ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ’ଆନିମଲ’ ବକ୍ସ ଅଫିସରେ ଧମାଲ କରିଛି । ପଠାନକୁ ପଛରେ ପକାଇଛି ଫିଲ୍ମ ଆନିମଲ । ୨୦୨୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ମଧ୍ୟରେ ସର୍ବାଧିକ ରୋଜଗାର କରିଥିବା ୫ଟି ଫିଲ୍ମ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି । ଏକ ନମ୍ବରରେ ଶାହାରୁଖ ଖାନଙ୍କ ଅଭିନୀତି ଫିଲ୍ମ ’ଜଓ୍ବାନ’ ଏକ ନମ୍ବର ସ୍ଥାନରେ ରହିଛି । ଜଓ୍ବାନ ୬୪୫ କୋଟି ରୋଜଗାର କରିଥିବାବେଳେ ଦ୍ବିତୀୟ ସ୍ଥାନରେ ଥିବା ଆନିମଲ ୫୫୦.୫୭ କୋଟି ଟଙ୍କା ଆଦାୟ କରିଛି । ତିନି ନମ୍ବରେ ପଠାନ ଏବଂ ଚତୁର୍ଥ ସ୍ଥାନରେ ଗଦର-୨ ରହିଛି । ୨୦୨୩ରେ ରିଲିଜ ହୋଇଥିବା ଅନେକ ଫିଲ୍ମ ହିଟ ହୋଇଥିବାବେଳେ ଏହି ୫ ଫିଲ୍ମ ଅଧିକ ରୋଜଗାର କରିଛି । ସେପଟେ ଆନିମଲ ରିଲିଜ ହେବାର ଏକ ମାସ ହୋଇଗଲାଣି । ତଥାପି ଫିଲ୍ମର ଚାହିବା ରହିଛି । ବବି ଦେଓ୍ବଲଙ୍କ ଅଳ୍ପ ସମୟର ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି ।