ଇନଷ୍ଟାଗ୍ରାମରେ ‘ପୁଷ୍ପା-୨ : ଦି ରୁଲ୍’ର ଫାଷ୍ଟ ଲୁକ୍ କୁ ୭ ମିଲିୟନ୍ ଲାଇକ୍

ରିଲିଜ୍ ହେବା ପୂର୍ବରୁ ପୁଷ୍ପା-2ର ରେକର୍ଡ

ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨ : ଦି ରୁଲ୍’ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ରିଲିଜ୍ ପରେ ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ କେବଳ ଇନଷ୍ଟାଗ୍ରାମରେ ଏହାକୁ ୭ ମିଲିୟନ୍ ଲାଇକ୍ ମିଳିଛି। ଆଇକନ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଫାର୍ଷ୍ଟ ଲୁକ୍ ପୋଷ୍ଟର ସାମ୍ନାକୁ ଆସିଛି, ଯେଉଁଥିରେ ସେ ପୁଷ୍ପରାଜ ଭୂମିକାରେ ନଜର ଆସିଛନ୍ତି। ଏହି ଖବରକୁ ସୋସିଆଲ ମିଡିଆରେ ‘ମୈତ୍ରୀ ମୁଭି ମେକର୍ସ’ ପକ୍ଷରୁ ସେୟାର କରାଯାଇଛି। ଏଥିରେ ଦାବି କରାଯାଇଛି କି  ଇନଷ୍ଟାଗ୍ରାମରେ ୭ ମିଲି୍ୟନ୍ ଲାଇକ ପାଇଥିବା ପ୍ରଥମ ଭାରତୀୟ ଫାର୍ଷ୍ଟ ଲୁକ୍ ପୋଷ୍ଟର ମାନ୍ୟତା ପାଇଛି ଅର୍ଜୁନଙ୍କ ‘ପୁଷ୍ପା ୨ : ଦି ରୁଲ୍’।