ଫିଲ୍ମ ରିଲିଜ୍ ନକରାଇଦେବା ପଛରେ କାହାର ହାତ ?

ଅଭିନେତା ମନେଜ ମିଶ୍ର ଦୁଇ ବର୍ଷ ପାଇଁ ବ୍ୟାନ୍

ଦଶହରା ବଜାର କେବଳ ସହରରେ ନୁହେଁ ଓଲିଉଡ ଜଗତରେ ବି ଛାଇଛି । ବିଭିନ୍ନ ହଲରେ ଫିଲ୍ମ ରିଲିଜ ହୋଇଛି ସୁପରହିଟ୍ ଫିଲ୍ମ । ଅନ୍ୟପଟେ ଫିଲ୍ମ ”ରାମ”କୁ ସମ୍ବଲପୁରରେ ରିଲିଜ କରାଇନଦେବା ଅଭିଯୋଗ ହୋଇଛି । ଅରିନ୍ଦମଙ୍କ ଫିଲ୍ମ ରିଲିଜ ନକରାଇ ଦେବା ପଛରେ ଅଭିନେତା ମନୋଜ ମିଶ୍ରଙ୍କ ଷଡଯନ୍ତ୍ର ରହିଥିବା ପ୍ରଯୋଜକ ସଂଘ ଅନୁମାନ କରୁଛି । ରାମ୍ ଫିଲ୍ମର କଳାକାର ଜିତୁ ମଂଗରାଜ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ବିବାଦ ରହିଛି । ଯେଉଁଥିପାଇଁ ରାମ୍ ଫିଲ୍ମ ସମ୍ବଲପୁରରେ ରିଲିଜ୍ ହୋଇପାରିନଥିବା ଅଭିଯୋଗ ହୋଇଛି । ୨୦ ତାରିଖରେ ରାମ୍ ଫିଲ୍ମ ସାରା ରାଜ୍ୟରେ ରିଲିଜ ହୋଇଥିଲା । ହେଲେ ସମ୍ବଲପୁରରେ ରିଲିଜ ନହୋଇପାରିବା ପରେ ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଜଣାଇଥିଲେ । ଏହାପରେ ଏକ ଜରୁରୀ ବୈଠକ ବସିଥିଲା । ଯେଉଁଥିରେ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ କୌଣସି ଫିଲ୍ମରେ ଅଭିନୟ କରାଇ ନଦେବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ମଧ୍ୟ ଅନେକ ଥର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି ଅଭିନେତା ମନୋଜ ମିଶ୍ର । ତେବେ ତାଙ୍କୁ ବ୍ୟାନ କରିବା ପରେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।