୨୮ବର୍ଷ ପରେ ‘ଡିଡିଏଲଜେ’ର ହେବ ରିମେକ୍

‘ଡିଡିଏଲଜେ’ର ରିମେକ୍ ରେ ଶାହାରୁଖ୍ ଓ କାଜଲ ନୁହେଁ ତାଙ୍କ ପୁଅ ଝିଅ ଆସିବେ ନଜର

ସୁପରହିଟ୍ ସିନେମା ‘ଦିଲ୍‌ ବାଲେ ଦୁଲହନିଆ ଲେ ଜାଏଙ୍ଗେ’ ବା ‘ଡିଡିଏଲଜେ’ ର ଆସୁଛି ରିମେକ୍ । ଏହି ସିନେମାକୁ ୨୮ବର୍ଷ ବିତିଥିବା ବେଳେ ଦର୍ଶକଙ୍କ ଭଲ ପାଇବାକୁ ଦୃଷ୍ଟିରେ ରଖି ସିନେ-ନିର୍ମାତା ଡିଡିଏଲଜେର ରିମେକ୍‌ ଆଣିବାକୁ ଯାଉଛନ୍ତି । ଏହି କ୍ରମରେ ଦର୍ଶକଙ୍କ ପାଇଁ ଆଉ ଏକ ସରପ୍ରାଇଜ ରହିଛି। ଏହି ସରପ୍ରାଇଜଟି ହେଉଛି,  ଡିଡିଏଲଜେର ରିମେକରେ ରାଜ ଭୂମିକାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଓ ଶିମ୍ରନ ଭୂମିକାରେ କାଜୋଲଙ୍କ ଝିଅ ନ୍ୟସା ଦେବଗନ ନଜର ଆସିବେ ସିନେ-ନିର୍ମାତା ମୁକେଶ ଛାବ୍ରା ସ୍ପଷ୍ଟ କରିଛନ୍ତି। ତେବେ କୁହାଯାଉଛି କି ଡିଡିଏଲଜେର ରିମେକ୍‌ ସିନେମା ଜରିଆରେ ନ୍ୟସା ବଲିଉଡରେ ଡେବ୍ୟୁ କରିବେ। ନ୍ୟସା ଏହି ସିନେମାରେ କାମ କରିବା ପାଇଁ ମା’ କାଜୋଲଙ୍କ ଠାରୁ ଅଭିନୟ ଶିକ୍ଷା କରୁଥିବା ଖବର ମିଳିଛି । ଦର୍ଶକଙ୍କ ଖୁସି ଦ୍ବିଗୁଣିତ ହୋଇଯାଇଛି ବୋଲି କୁହାଯାଉଛି। ପ୍ରଥମତଃ ସେମାନଙ୍କ ପ୍ରିୟ ସିନେମା ଡିଡିଏଲଜେର ରିମେକ୍‌ ଆସିବାକୁ ଯାଉଛି। ଦ୍ବିତୀୟତଃ ଏଥିରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଓ ଶିମ୍ରନ ଭୂମିକାରେ କାଜୋଲଙ୍କ ଝିଅ ନ୍ୟସା ଦେବଗନ ନଜର ଆସିବାର ଖବର ଶୁଣି ଦର୍ଶକ ଖୁବ ଉତ୍ସାହିତ ଅଛି । ଆର୍ଯ୍ୟନ ଓ ନ୍ୟସାଙ୍କ ଯୋଡ଼ି ପରଦାରେ କେମିତି ଲାଗୁଛି ତାହାର ଅପେକ୍ଷା ରହିଲା।