ସନିଙ୍କ ଉପରେ ଦୁଃଖର ପାହାଡ଼

ନିଲାମ ହେବ ‘ସନି ଭିଲ୍ଲା’

ସନି ଦେଓଲଙ୍କ ଅଭିନୀତ ‘ଗଦର-୨’ ୩୦୦ କୋଟି ଟଙ୍କାର ରୋଜଗାର କରି ସାରିଲାଣି । ରିଲିଜ୍‌‌ ହେବା ଦିନଠାରୁ ସିନେମାଟି ଚର୍ଚ୍ଚାରେ ରହିଛି। ‘ଗଦର-୨’କୁ ମିଳିଥିବା ସଫଳତା ପରେ ସନି ଦେଓଲଙ୍କ ଚାହିଦା ବି ଢେର୍‌ ଅଧିକ ବଢ଼ିଯାଇଛି। ଏହି ସିନେମା ବିଲଉଡର ସମସ୍ତ ସିନେମାର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ତେବେ ରିୟଲ ଲାଇଫ ସେ ଏକ ବଡ଼ ଅସୁବିଧାରେ ଛନ୍ଦି ହୋଇଯାଇଛନ୍ତି । ସୂଚନା ରହିଛି କି ମୁମ୍ବାଇରେ ଥିବା ସନିଙ୍କ ଘର ନିଲାମ ହେବ । କାରଣ ସନି ବ୍ୟାଙ୍କରୁ ମୋଟା ଅଙ୍କର ଋଣ ନେଇଥିଲେ। ଯାହାର ମୂଲ୍ୟ ୫୬କୋଟି ଟଙ୍କା ପାଖାପାଖି ହେବ ବୋଲି କୁହାଯାଉଛି। ତେବେ ଏହି ଋଣକୁ ଶୁଝିବା ପାଇଁ ଏକ ତାରିଖ ଧାର୍ଯ୍ୟ ହୋଇଥିଲା। ଏହି ଧାର୍ଯ୍ୟ ତାରିଖ ମଧ୍ୟରେ ସନି ଋଣ ସୁଝି ପାରିଲେନାହିଁ। ତେଣୁ ଉକ୍ତ ଋଣର ଭରଣ ପାଇଁ ବ୍ୟାଙ୍କ  ଅଫ ବରୋଦା ସନିଙ୍କ ମୁମ୍ବାଇରେ ଥିବା ଏକ ଘରକୁ ନିଲାମ କରିବାକୁ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତିରେ ବ୍ୟାଙ୍କ  ଅଫ ବରୋଦା ଉଲ୍ଲେଖ କରିଛି କି, ସନିଙ୍କ ‘ସନି ବିଲା’ ଘର ନିଲାମ ହେବ। ଏହି ନିଲାମ ତାରିଖ ସପ୍ଟେମ୍ବର ୨୫ ଧାର୍ଯ୍ୟ କରାଯାଇଛି। ନିଲାମ ପାଇଁ  ସମ୍ପତ୍ତିର ରିଜର୍ଭ ପ୍ରାଇସ ୫୧.୪୩ କୋଟି ଟଙ୍କା ରଖାଯାଇଛି।