ଗମ୍ଭୀର ରୋଗର ଚିକିତ୍ସା ପାଇଁଁ ଡାକ୍ତରଖାନାରେ ଭର୍ତ୍ତି ହେଲେ ସାମନ୍ଥା

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସାମନ୍ଥା !

ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେବା ପରେ ଫ୍ୟାନ୍ସମାନେ ତାଙ୍କ ବିଷୟରେ ପୁରା ଟିକିନିକ୍ ତଥ୍ୟ ରଖିବାକୁ ଚାହୁଁଛନ୍ତି । କିଛି ଦିନ ତଳେ ନାଗା ସାମନ୍ଥାଙ୍କ ପୋଷା କୁକୁର ହ୍ୟାସ୍ ସହ ନଜର ଆସିବାରୁ ଦୁହେଁ ପୁଣି ଥରେ ଏକାଠି ହେବେ ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ସାମନ୍ଥା ନାଗାଙ୍କ ନାମର ଟାଟୁ ହଟାଇବା ସହ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଥିଲେ । ଏବେ ସାମନ୍ଥାଙ୍କ ଆଉ ଏକ ଇନଷ୍ଟା ଷ୍ଟୋରୀ ଚର୍ଚ୍ଚାରେ ରହିଛି । ସେ ଷ୍ଟୋରୀରେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଫ୍ୟାନ୍ସ ଅନୁମାନ କରୁଛନ୍ତି । କାରଣ ତାଙ୍କ ହାତରେ ଡ୍ରିପ୍ସ ଲାଗିଥବା ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ ଯେଉଁ ଔଷଧ ନେଉଛନ୍ତି, ସେଥିରୁ ଶରୀରକୁ କେଉଁ ସବୁ ଲାଭ ମିଳେ ତାହା ଲେଖିଛନ୍ତି ସାମନ୍ଥା ।

ତେବେ ସାମନ୍ଥାଙ୍କ ଏଭଳି ଷ୍ଟୋରୀ ପରେ ତାଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଛନ୍ତି । ଛାଡ଼ପତ୍ର ପରେ ବି ତାଙ୍କ ଶରୀରରେ ସେହି ଟାଟୁ ରହିଥିଲା। ହେଲେ ଏବେ ସେୟାର କରିଥିବା ଫଟୋରେ ସାମନ୍ଥାଙ୍କ ପଞ୍ଜରା ହାଡରେ ଟାଟୁ ନଥିବା ଦେଖିବାକୁ ମିଳିଥିଲା। ଏହା ଦେଖିବା ପରେ ଅଭିନେତ୍ରୀ ସମ୍ପୂର୍ଣ୍ଣ ଭାବେ ସ୍ବାମୀଙ୍କୁ ଭୁଲି ସାରିଥିବା ସ୍ପଷ୍ଟ ହୋଇଥିଲା।