ସୁପ୍ରିମକୋର୍ଟର ମହିଳା ଓକିଲଙ୍କୁ ହତ୍ୟା

୩୬ ଘଣ୍ଟା ଷ୍ଟୋରରୁମ୍ ରେ ଲୁଚି ଥିଲେ ଓକିଲଙ୍କ ହତ୍ୟାକାରୀ ସ୍ବାମୀ

ସୁପ୍ରିମକୋର୍ଟର ଜଣେ ମହିଳା ଓକିଲଙ୍କୁ ହତ୍ୟା । ଖୋଦ୍ ଓକିଲଙ୍କ ସ୍ବାମୀ ତାଙ୍କୁ ହତ୍ୟା କରିଛନ୍ତି । ଉକ୍ତ ଓକିଲଙ୍କ ନାଁ ରେଣୁ ସିହ୍ନା ଏବଂ ତାଙ୍କ ବୟସ ୬୧। ଅନ୍ୟପକ୍ଷେ ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ବାମୀ ନିତୀନ ନାଥ ସିହ୍ନା ଭାରତୀୟ ରାଜସ୍ବ ସେବାର ଜଣେ ପୂର୍ବତନ ଅଧିକାରୀ। ୬୨ ବର୍ଷୀୟ ନୀତୀନ ନାଥ ସିହ୍ନା ନିଜ ଉତ୍ତରପ୍ରଦେଶ ସ୍ଥିତ ନଏଡ଼ା ସେକ୍ଟର ୩୦ ବଙ୍ଗଳାରେ ଏହି ଅପରାଧ ଘଟାଇଛନ୍ତି । ଅପରାଧ ଘଟାଇବା ପରେ ସେ ବଙ୍ଗଳାର ଷ୍ଟୋର୍‌ ରୁମ୍‌ରେ ୩୬ ଘଣ୍ଟାରୁ ଅଧିକ ସମୟ ଲୁଚି ରହିଥିଲେ। ମୃତ ଓକିଲ ରେଣୁ ସିହ୍ନାଙ୍କ ଭାଇ ତାଙ୍କୁ ବାରମ୍ବାର ଫୋନ୍‌ କରିବା ସତ୍ତ୍ବେ ସେ ଫୋନ୍‌ ନଉଠାଇବାରୁ ତାଙ୍କର ସନ୍ଦେହ ହୋଇଥିଲା। ପୀଡ଼ିତାଙ୍କ ଭାଇ ଏନେଇ ପୁଲିସରେ ଅଭିଯୋଗ କରିଥିଲେ। ରେଣୁ ସିହ୍ନାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ଭାଇ ଅଭିଯୋଗ କରିଥିଲେ। ରେଣୁଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୁଲିସ ବଙ୍ଗଳାରେ ପହଞ୍ଚି କବାଟ ଭାଙ୍ଗି ଭିତରକୁ ପଶିଥିଲା ଏବଂ ବାଥରୁମ୍‌ରେ ପ୍ରଥମେ ରେଣୁଙ୍କ ମୃତଦେହ ପାଇଥିଲା। କିନ୍ତୁ ନୀତୀନ ନାଥଙ୍କୁ ପୁଲିସ ପାଇନଥିଲା। ତାଙ୍କ ଫୋନ୍‌ ‌ଟ୍ରାକ୍‌ କରିବାପରେ ପୁଲିସ ତାଙ୍କର ଶେଷ ଲୋକେସନ୍‌ ବଙ୍ଗଳା ବୋଲି ଜାଣିବାକୁ ପାଇଥିଲା।