ମୁଁ ଏବେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଅଭିଜ୍ଞତା ହାସଲ କରିବାକୁ ଚାହୁଁଛି: ବାବା ବାଲକନାଥ

ମୁଖ୍ୟମନ୍ତ୍ରୀ ଦୌଡରୁ ବାହାରିଗଲେ ବାବା ବାଲକନାଥ!

ମୁଖ୍ୟମନ୍ତ୍ରୀ ଦୌଡରୁ ବାହାରିଗଲେ ବାବା ବାଲକନାଥ! ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ସଙ୍କେତ। ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଦଳ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲୋକମାନେ ପ୍ରଥମ ଥର ପାଇଁ ଏମ୍‌ପି ଓ ବିଧାୟକ କରି ଦେଶ ସେବା କରିବାର ସୁଯୋଗ ଦେଇଛନ୍ତି। ନିର୍ବାଚନ ଫଳାଫଳ ବାହାରିବା ପରେ ମିଡିଆ ଏବଂ ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚାକୁ ଅଣଦେଖା କରନ୍ତୁ। ମୁଁ ଏବେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଅଭିଜ୍ଞତା ହାସଲ କରିବାକୁ ଚାହୁଁଛି। ରାଜସ୍ଥାନ ବିଧାନସଭାରେ ବିଜୟ ପରେ ବିଜେପି ଏଠାରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ସନ୍ଦେହ ଘେରରେ ରହିଛି। ସବୁଠାରୁ ଚର୍ଚ୍ଚିତ ଚେହେରାମାନଙ୍କ ମଧ୍ୟରେ ବାବା ବାଲକନାଥଙ୍କ ନାମ ଅଛି ଯାହାକୁ ରାଜସ୍ଥାନର ଯୋଗୀ ମଧ୍ୟ କୁହାଯାଏ। କିନ୍ତୁ ସେ ନିଜେ ଏଭଳି ଏକ ପୋଷ୍ଟ କରିଛନ୍ତି ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ସେ ମୁଖ୍ୟମନ୍ତ୍ରୀ ରେସରୁ ବାହାରିଯାଇଛନ୍ତି । ବାବା ବାଲକନାଥ ୨୦୧୯ରେ ବିଜେପି ଟିକେଟରେ ଅଲୱର ଲୋକସଭା ନିର୍ବାଚନମଣ୍ଡଳୀରୁ ଏମ୍‌ପି ଭାବରେ ନିର୍ବାଚିତ ହୋଇଥିଲେ। ଏଥର ଦଳ ତାଙ୍କୁ ଜିଲାର ତିଜାରା ଆସନରୁ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେଇଥିଲା। ସେ କଂଗ୍ରେସ ପ୍ରାର୍ଥୀ ଇମ୍‌ରାନ ଖାନଙ୍କୁ ପରାସ୍ତ କରି ବିଜୟ ହୋଇଥିଲେ।