ସବୁ ରେକର୍ଡ ଭାଙ୍ଗିବ ‘ଯବାନ’ !

ଆଗୁଆ ସରିଲାଣି ୭ଲକ୍ଷ ଟିକେଟ ବୁକିଂ !

ସବୁ ରେକର୍ଡ ଭାଙ୍ଗିବ ଶାହାରୁଖଙ୍କ ସିନେମା ‘ଯବାନ’ ! ସିନେମା ବଡ ପରଦାକୁ ଆସିବା ପୂର୍ବରୁ ହିଁ କରିସାରିଲାଣି ବାଜିମାତ । ଏହା ଭିତରେ ଆଡାଭାନ୍ସ ଟିକେଟ୍ ବିକ୍ରିରେ ରେକର୍ଡ ଭାଙ୍ଗିଛି ‘ଯବାନ । ୭ ସେପ୍ଟେମ୍ବରେ ଆସିବାକୁ ଥିବା ଏହି ସିନେମା ପାଇଁ ୭ ଲକ୍ଷର ଟିକେଟ୍ ବିକ୍ରି ସରିଛି । କେବଳ ପ୍ରଥମ ଦିନ ପାଇଁ ଆଗୁଆ ୭ ଲକ୍ଷର ଟିକେଟ୍ ବିକ୍ରି ହୋଇସାରିଛି । କେବଳ ଭାରତରେ ପ୍ରଥମ ଦିନପାଇଁ ୨୦ କୋଟି ଟଙ୍କାର ଆଗୁଆ ଟିକେଟ୍ ବିକ୍ରି ସରିଛି । ଆଉ ଦିନକ ପରେ ପରଦାକୁ ଆସିବ ଜୱାନ । ଏହା ପୂର୍ବରୁ ଜୋରଦାର ପ୍ରମୋସନରେ ଲାଗିଛନ୍ତି କଳାକାର । ଚଳିତ ବର୍ଷ ଶାହରୁଖ ଖାନଙ୍କ ଯବାନ ଫିଲ୍ମ ମୋଷ୍ଟ ଆୱେଟେଡ୍ ଫିଲ୍ମରୁ ଅନ୍ୟତମ । ଫିଲ୍ମର ପ୍ରିଭ୍ୟୁ ଏବଂ ଟ୍ରେଲର ରିଲିଜ ପରେ ଯବାନ ଫିଲ୍ମ ଦେଖିବାକୁ ଲୋକେ ଉତ୍ସାହର ସହ ଚାହିଁ ବସିଛନ୍ତି ।

ଏହାରି ମଧ୍ୟରେ ଯବାନର ଆଡଭାନ୍ସ ଟିକେଟ ବୁକିଂ ମଧ୍ୟ ଖୁବ ଜୋରରେ ଚାଲିଛି ।ଶାହାରୁଖ ଖାନଙ୍କ ‘ଯବାନ’ର କ୍ରେଜ ରିଲିଜ ହେବା ପୂର୍ବରୁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଫିଲ୍ମର ଟିକେଟ ଖୁବ ଜୋରରେ ବୁକିଂ ହେବାରେ ଲାଗିଛି। ବିଶେଷକରି ଦିଲ୍ଲୀ ଏବଂ ମୁମ୍ବାଇରେ ଫିଲ୍ମର ଟିକେଟ୍ ସର୍ବାଧିକ ବିକ୍ରି ହେଉଛି ।  ଦିଲ୍ଲୀରେ ‘ଯବାନ’ ପାଇଁ ରୋଜଗାର ହାର ୨୨ ପ୍ରତିଶତ ଥିବାବେଳେ ମୁମ୍ବାଇରେ ଏହା ୧୮ ପ୍ରତିଶତ ସ୍ଥାନ ପାଇଛି । ଦିଲ୍ଲୀରେ ପ୍ରି-ସେଲିଂରେ ୨.୫ କୋଟି ଟଙ୍କା ଆୟ କରିଥିବାବେଳେ ମୁମ୍ବାଇରେ ୧.୫ କୋଟି ଟଙ୍କା ଆୟ କରିଛି। ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଫିଲ୍ମର ଅଗ୍ରୀମ ବୁଟିଙ୍ଗ୍ ଚାଲିଛି। ଦେଖିବାକୁ ବାକି ରହିଲା ଫିଲ୍ମ ହଲରେ କିପରି ବୋବାଲ କରୁଛି ଯବାନ ।