ଖୁବଶୀଘ୍ର ବାହାହେବେ ରାହୁଲ ଗାନ୍ଧି

‘ଖୁବଶୀଘ୍ର ବିବାହ କରିବି’

ଖୁବଶୀଘ୍ର ବାହାହେବେ ରାହୁଲ ଗାନ୍ଧି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ରାଏବରେଲିରେ ରାଲି ସମୟରେ ଜଣେ ଶିଶୁ ରାହୁଲ ଗାନ୍ଧିଙ୍କୁ ତାଙ୍କ ବିବାହ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନର ଉତ୍ତର ଦେଇ ରାହୁଲ ଗାନ୍ଧି କହିଛନ୍ତି, ବର୍ତ୍ତମାନ ଏହା ଲାଗୁଛି ଯେ ଏହା ଶୀଘ୍ର କରିବାକୁ ହେବ। ଅନ୍ୟ ପକ୍ଷରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ରାୟବରେଲୀରେ ଘର ଘର ବୁଲି ପ୍ରଚାର କରିଛନ୍ତି । ରାହୁଲ ଗାନ୍ଧି ଏକ ଜନସଭାକୁ ସମ୍ବୋଧନ କରି କହିଛନ୍ତି, କୌଣସି ଏକ କାରଣରୁ ସେ ରାୟବରେଲୀରେ ନିର୍ବାଚନ ଲଢିବା ଲାଗି ଆସିଛନ୍ତି । ସେ କହିଛନ୍ତି, କିଛିଦିନ ପୂର୍ବରୁ ମୁଁ ମାଆଙ୍କ ସହ ବସିଥିଲି । ମୁଁ ମାଆଙ୍କୁ କହିଲି ଯେ, ଏକ-ଦୁଇ ବର୍ଷ ପୂର୍ବରୁ ମୁଁ ଏକ ଭିଡିଓରେ କହିଦେଇଥିଲି ଯେ, ମୋର ଦୁଇଟି ମାଆ ଥିଲେ, ଜଣେ ସୋନିଆ ଗାନ୍ଧୀ ଏବଂ ଅନ୍ୟ ଜଣେ ଇନ୍ଦିରା ଗାନ୍ଧୀ । ମୋର ଦୁଇଟି ମାଆ ଏହି କର୍ମ ଭୂମି ଅଟନ୍ତି, ସେଥିପାଇଁ ମୁଁ ଏଠାକୁ ରାୟବରେଲୀରୁ ନିର୍ବାଚନ ଲଢିବା ପାଇଁ ଆସିଛି ।