କେଜ୍ରିୱାଲଙ୍କୁ ପ୍ରତିଦିନ ଅଧଘଣ୍ଟାଏ ଭେଟି ପାରିବେ ସ୍ତ୍ରୀ ଓ ଓକିଲ

୩ ଦିନିଆ ସିବିଆଇ ରିମାଣ୍ଡରେ କେଜରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ସିବିଆଇ କେଜରିୱାଲଙ୍କୁ ଟ୍ରାଏଲ କୋର୍ଟରେ ହାଜର କରାଇ ୫ ଦିନିଆ ରିମାଣ୍ଡ ମାଗିଥିଲା। ଏହା ଉପରେ କୋର୍ଟ ଶୁଣାଣି କରି ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଏଥି ସହ କେଜରିୱାଲ ପ୍ରତିଦିନ ସ୍ତ୍ରୀ ଏବଂ ଓକିଲଙ୍କୁ ଅଧଘଣ୍ଟାଏ ପାଇଁ ଭେଟିପାରିବେ। ପାଖରେ ନିଜ ଔଷଧ ରଖିପାରିବେ। ଘର ଖାଦ୍ୟ ଖାଇପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି। ଏହି ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୯ ତାରିଖରେ ହେବ।