ରାଜ୍ୟସଭାରେ ହାତ ଯୋଡ଼ି କ୍ଷମା ମାଗିଲେ ଜୟା ବଚ୍ଚନ

ରାଜ୍ୟସଭାରେ କାହିଁକି ହାତ ଯୋଡ଼ି କ୍ଷମା ମାଗିଲେ ଜୟା ବଚ୍ଚନ?

ରାଜ୍ୟସଭାରୁ ଅବସର ନେଉଥିବା ଏମ୍‌ପିମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟୀର ଏମ୍‌ପି ଜୟା ବଚ୍ଚନ ରହିଛନ୍ତି, ହେଲେ ବଜେଟ ଅଧିବେଶନ ସମୟରେ ସେ ଗୃହକୁ କ୍ଷମା ମାଗିଥିବା ଦେଖାଯାଇଛି। ନିଜର ବିଦାୟୀ ଭାଷଣ ସମୟରେ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସେ କ୍ଷମା ମାଗିଛନ୍ତି। ଏପରିକି ସେ କାହାକୁ ଆଘାତ ଦେବାକୁ ଉଦ୍ଦେଶ୍ୟ ରଖି ନ ଥିବା କହିଛନ୍ତି। ନିଜ ଭାଷଣରେ ଜୟା କହିଛନ୍ତି, ଲୋକେ ସବୁବେଳେ ଭାବିଥାନ୍ତି ଯେ ମୁଁ କ’ଣ ପାଇଁ ଏତେ ରାଗେ। ମୋର ସ୍ବଭାବ ସେଭଳି, ମୁଁ ନିଜକୁ ବଦଳାଇ ପାରିବି ନାହିଁ। ଯଦି ମୋତେ କୌଣସି କଥା ପସନ୍ଦ ଆସି ନ ଥାଏ ଅଥବା ମୁଁ ସହମତ ନ ଥାଏ, ତେବେ ମୁଁ ରାଗିଯାଏ। ଯଦି ମୁଁ କାର୍ଯ୍ୟକାଳ ସମୟରେ କାହା ସହ ଅନୁଚିତ ବ୍ୟବହାର କରିଛି, ବ୍ୟକ୍ତିଗତ କଟାକ୍ଷ କରିଛି ତେବେ କ୍ଷମା ମାଗୁଛି।