ଚନ୍ଦ୍ରଯାନ ରୋଭର ମାପିଲା ଚନ୍ଦ୍ରପୃଷ୍ଠର ତାପମାତ୍ରା !
ଜହ୍ନରେ ରାଜ କରୁଛି ରୋଭର ପ୍ରଜ୍ଞାନ । ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ ପରେ ଚନ୍ଦ୍ରଯାନରୁ ରୋଭର ବାହାରି ଏବେ ଖେଳ ଆରମ୍ଭ କରି ସରିଲାଣି । ସଭିଙ୍କ ମନରେ ଆଗ୍ରହ ରହିଛି କି ଚନ୍ଦ୍ରପୃଷ୍ଠରୁ କେଉଁ କେଉଁ ନୂଆ ତଥ୍ୟ ପଠାଇବ ପ୍ରଜ୍ଞାନ । କେଉଁ କେଉଁ ଭିଡିଓ ପଠାଇବ । ତେବେ ଜାଣିଲେ ଖୁସି ହେବେ କି ଏବେ ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରି ତାପମାତ୍ରା ମାପିଛି ରୋଭର । ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋକୁ ପଠାଉଛି ନୂଆ ନୂଆ ତଥ୍ୟ। ଏହିପରିପ୍ରେକ୍ଷୀରେ ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ChaSTE ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ପଠାଇଛି ଆଉ ଏକ ସୂଚନା। ସେଠାରେ ମାଟିର ତାପମାତ୍ରା କେତେ ରହେ ତା’ର ଅନୁସନ୍ଧାନ କରିଛି ଏହି ପେଲୋଡ୍।
ଦୂରରୁ ଦେଖି ଶୀତଳ ଲାଗୁଥିବା ଚନ୍ଦ୍ର ବାସ୍ତବରେ ଥଣ୍ଡା ନା ଗରମ ସେ ସମ୍ପର୍କରେ ସୂଚନା ଦେଇଛି ପ୍ରଜ୍ଞାନ । ଇସ୍ରୋର ସୂଚନା ଅନୁସାରେ “ଚନ୍ଦ୍ରର ଭୂପୃଷ୍ଠରୁ 10 ସେମି ପର୍ଯ୍ୟନ୍ତ ତାପମାତ୍ରାରେ ପାର୍ଥକ୍ୟ ଥିବା ଜଣାପଡୁଛି। ପ୍ରଥମ କରି ମହାକାଶ ବିଜ୍ଞାନ ଇତିହାସରେ ଚନ୍ଦ୍ରୟାନ-3 ଚନ୍ଦ୍ରର ଦକ୍ଷିଣ ମେରୁର ମୃତ୍ତିକା ପରୀକ୍ଷା କରି ଏହି ସୂଚନା ପଠାଇଛି।” ଇସ୍ରୋ ଏହାର ଏକ ଗ୍ରାଫ୍ ମଧ୍ୟ ସେୟାର୍ କରିଛି। ଗ୍ରାଫରେ ଥିବା ତାପମାତ୍ରା -10 ଡିଗ୍ରୀ ସେଲସିୟସରୁ 50 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥିବା ଦେଖିବାକୁ ମିଳୁଛି। ଏହି ତଥ୍ୟ ମିଳିବା ପରେ ସଭିଙ୍କ ମନରେ ଜହ୍ନ ପ୍ରତି ଥିବା ଉତ୍କଣ୍ଠା ବଢି ଯାଇଛି ।