ଲୋକସଭାରୁ ବହିଷ୍କାର ପରେ କ’ଣ କରିବେ ମହୁଆ ?

ବହିଷ୍କାର ପରେ ମହୁଆ ମୋଇତ୍ରାଙ୍କ ପାଖରେ ରହିଛି ୫ଟି ବିକଳ୍ପ

ଲୋକସଭାରୁ ବହିଷ୍କାର ପରେ କ’ଣ କରିବେ ମହୁଆ ? ବହିଷ୍କାର ପରେ ମହୁଆ ମୋଇତ୍ରାଙ୍କ ପାଖରେ ରହିଛି ୫ଟି ବିକଳ୍ପ। ଲୋକସଭାରୁ ବହିଷ୍କୃତ ହେବା ପରେ ଚର୍ଚ୍ଚାରେ ଅଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା । ପ୍ରଶ୍ନ ପାଇଁ ଲାଂଚ ମାମଲାରେ ତାଙ୍କୁ ବହିଷ୍କାର କରାଯିବା ଘଟଣା ରାଜନୀତିରେ ଚର୍ଚ୍ଚିତ ବିଷୟ ପାଲଟିଛି । ଆରୋପପ୍ରତ୍ୟାରୋପ ଚାଲିଛି । ଏହା ଭିତରେ ସମସ୍ତଙ୍କ ନଜର ରହିଛି କ’ଣ ରହିବ ମହୁଆ ମୋଇତ୍ରାଙ୍କ ଆଗାମୀ ପଦକ୍ଷେପ । ଏଥିକ୍ସ କମିଟି ରିପୋର୍ଟକୁ ଏକତରଫା ନିଷ୍ପତି କହି ନିଜ ଲଢେଇ ଜାରି ରଖିବେ ବୋଲି କହିସାରିଛନ୍ତି ମହୁଆ । ସେପଟେ ମହୁଆଙ୍କ ନିକଟରେ ଏବେ ବି ଏମିତି କିଛି ବିକଳ୍ପ ରହିଛି ଯାହାଦ୍ୱାରା ସେ ନିଜ ପୂର୍ବ ପଦବୀ ଫେରିପାଇବା ସମ୍ଭାବନା ରହିଛି । ଏଥିକ୍ସ କମିଟି ନିଷ୍ପତିକୁ ପୁର୍ନବାର ସମୀକ୍ଷା କରିବା ପାଇଁ ସଂସଦରେ ମହୁଆ ଅନୁରୋଧ କରିପାରିବେ। ନିଷ୍ପତିକୁ ଅସାମ୍ବିଧାନିକ କହି ଏଥିକ୍ସ କମିଟିଙ୍କ ଫଇସଲାକୁ ସେ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଚ୍ୟାଂଲେଜ କରିପାରିବେ । ଏଥିକ୍ସ କମିଟିର ଅଧିକାର କ୍ଷେତ୍ର ଓ ଆଚରଣ ଏବଂ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ କୋର୍ଟରେ ଚ୍ୟାଲେଂଜ କରିପାରିବେ। ଆଚାର ସଂହିତା ସମିତି ନୁହେଁ ବିଶେଷାଧିକାର ଟିମ ଏଥିକ୍ସ କମିଟି ନିଷ୍ପତିକୁ ସମୀକ୍ଷା କରିବାକୁ ଦାବି କରିପାରିବେ। ଦିଲ୍ଲୀ ହାଇକୋର୍ଟରେ ଚାଲିଥିବା ମାନହାନି ମାମଲାକୁ ଉପରିସ୍ଥ କୋର୍ଟକୁ ନେଇପାରନ୍ତି। ଯଦି ଏକଥା ପ୍ରମାଣ ହୋଇଯାଏ ଯେ ମହୁଆଙ୍କ ଭାବମୂର୍ତି ନଷ୍ଟ କରିବାକୁ ମନଗଢ଼ା ଓ ନିନ୍ଦନୀୟ ଅଭିଯୋଗ କରାଯାଇଥିଲା, ତେବେ ଏଥିକ୍ସ କମିଟି ନିଷ୍ପତି ବଦଳିବା ସମ୍ଭାବନା ରହିିଛି। ଶେଷ ବିକଳ୍ପ ହେଉଛି କମିଟିର ନିଷ୍ପତିକୁ ଗ୍ରହଣ କରିବେ ଓ ୪ମାସ ପରେ ପୁଣି ଥରେ ନିର୍ବାଚନ ଲଢିପାରିବେ । ଯଦି ଜିତିବେ ତେବେ ପୁଣି ଥରେ ସଂସଦକୁ ଫେରିପାରିବେ।