ଅଭିଯୋଗ ରଦ୍ଦ କରିବାକୁ ହାଇକୋର୍ଟ ଗଲା ଏନଆଇଏ

୨ ଏନଆଇଏ ଅଧିକାରୀଙ୍କୁ ନୋଟିସ

ପଶ୍ଚିମବଙ୍ଗରେ ଜାତୀୟ ଯାଂଚ ଏଜେନ୍ସି ଏନଆଇଏ ଟିମ ଉପରେ ହୋଇଥିବା ଆକ୍ରମଣ ମାମଲାରେ କୋଲକାତା ପୋଲିସ ଜେରା କରିବାକୁ ୨ ଜଣ ଏନଆଇଏ ଅଧିକାରୀଙ୍କୁ ନୋଟିସ କରିଛି । ଏହି ନୋଟିସରେ ପଶ୍ଚିମବଙ୍ଗ ପୋଲିସ ସେଦିନର ଆକ୍ରମଣକୁ ନେଇ ଅଭିଯୋଗ କରିଥିବା ୨ ଜଣ ଏନଆଇଏ ଅଧିକାରୀ ଓ ଆହାତ ହୋଇଥିବା ଜଣେ ଏନଆଇଏ ଅଧିକାରୀଙ୍କୁ ନୋଟିସ କରିଛି । ଏହାସହ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା କାରକୁ ବି ସାଂଗରେ ଆଣିବାକୁ ନୋଟିସରେ ଉଲ୍ଲେଖ ରହିଛି । ପଶ୍ଚିମବଙ୍ଗ ପୋଲିସ କାରର ଫରେନସିକ ଯାଂଚ କରିବ । ସେପଟେ ପଶ୍ଚିମବଙ୍ଗ ପୋଲିସର ଅଭିଯୋଗକୁ ରଦ୍ଦ କରିବାକୁ ଏନଆଇଏ ଟିମ୍ ହାଇକୋର୍ଟରେ ଆବେଦନ କରିଛି । ଏନଆଇଏ ଟିମର ଆକ୍ରମଣ ପରେ ପଶ୍ଚିମବଙ୍ଗ ପୋଲିସ ଏନଆଇଏ ଟିମ୍ ଉପରେ ମାମଲା ରୁଜୁ କରିଥିଲା । ଏହି ଆଧାରରେ ଏବେ ଜେରା ପାଇଁ ନୋଟିସ କରିଛି ।