ଦୁର୍ନୀତି ମାମଲାରେ ଗିରଫ ହେଲେ ମନ୍ତ୍ରୀ
ରାସନ ଦୁର୍ନୀତି ମାମଲାରେ ଗିରଫ ହେଲେ ପଶ୍ଚିମବଙ୍ଗର ମନ୍ତ୍ରୀ । ଖାଦ୍ୟ ଯୋଗାଣ ଏବଂ ବର୍ତ୍ତମାନର ଜଙ୍ଗଲ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ ଗିରଫ । ଦୁର୍ନୀତି ମାମଲାରେ ଜ୍ୟୋତିପ୍ରିୟଙ୍କୁ ଗିରଫ କରିଛି ଇଡି । ୨୩ ଘଣ୍ଟା ଧରି ମାରାଥନ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । କିଛିଦିନ ପୁର୍ବରୁ ସମାନ ମାମଲାରେ ଏକ ରାଇସ ମିଲ ମାଲିକ ବାକିବୁର ରହେମାନ୍ ନାମକଙ୍କୁ ଇଡି ଗିରଫ କରିଥିଲା । ଏହାପରେ ବାକିବୁର ବିଭିନ୍ନ ଅଞ୍ଚଳରେ କିଣିଥିବା ଜମି ଓ ଫ୍ଲାଟର ମୂଲ୍ୟ ପ୍ୟାୟ ୧୦୦କୋଟି ଟଙ୍କା ହେବ ବୋଲି ଇଡି ଜାଣିବାକୁ ପାଇଥିଲା । ଜ୍ୟୋତିପ୍ରିୟଙ୍କ ସହ ବାକିବୁରର ସମ୍ପର୍କ ଥିବା ଜଣାପଡ଼ିବା ପରେ ତଦନ୍ତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜ୍ୟୋତିପ୍ରିୟଙ୍କ ଘର ସହିତ ବିଭିନ୍ନ ସ୍ଥାନରେ ରେଡ୍ କରି ମାରାଥନ ପଚରାଉଚରା କରାଯାଇଥିଲା । ପରେ ଗୁରୁବାର ରାତି ୩ଟାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି ।
