ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦରେ ବସିଲେ ବିଷ୍ଣୁଦେଓ ସାଏ

ଛତିଶଗଡ଼ରେ ଆରମ୍ଭ ହେଲା ବିଷ୍ଣୁ ରାଜ

ଛତିଶଗଡ଼ରେ ଆଜିଠୁ ଆରମ୍ଭ ହୋଇଛି ବିଷ୍ଣୁ ରାଜ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ । ବିଷ୍ଣୁଦେଓ ସାଏ ହେଉଛନ୍ତି ଛତିଶଗଡ଼ର ଜଣେ ଜଣାଶୁଣା ଆଦିବାସୀ ଚେହେରା। ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାୟପୁର ସାଇନସ୍‌ କଲେଜ ଗ୍ରାଉଣ୍ଡରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା । ବିଷ୍ଣୁଦେଓଙ୍କ ସହ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଆଜି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ବିଷ୍ଣୁଦେଓ ସାଏ ହେଉଛନ୍ତି ଛତିଶଗଡ଼ର ଜଣେ ଜଣାଶୁଣା ଆଦିବାସୀ ଚେହେରା। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ପ୍ରଥମ ସରକାରରେ ସେ ମନ୍ତ୍ରୀ ଥିଲେ। ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ଛତିଶଗଡ଼ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ।