ମଣିପୁରରେ ତେଜିଲା ହିଂସା !

ଜାଳିଦେଲେ ସୁରକ୍ଷାକର୍ମୀଙ୍କ ଶିବିର !

ପୁଣି ହିଂସାରେ ଥରିଲା ମଣିପୁର । ଏହି ହିଂସା ନେଇଛି ଉଗ୍ରରୂପ । ଅଶାନ୍ତ ହୋଇପଡିଛି ପୁରା ମଣିପୁର । ତେବେ ସେନା ଶିବିର ଜଳିଏଇଥିବା ଦେଖିବାକୁ ମିଳିଛି , ଏମିତିକି ସୁରକ୍ଷା କର୍ମୀଙ୍କ ଉପରେ ଗୁଳିମାଡ ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଷ୍ଣୁପୁର ସମେତ ବହୁ ଜାଗାରେ ଉତ୍ତ୍ୟକ୍ତ ଲୋକେ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଫୁଟିଛି ଗୁଳି । ଫଳରେ ପୁଣି ଥରେ ମଣିପୁର ଅଶାନ୍ତ ହେବା ସହ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୁରକ୍ଷା କର୍ମୀ ୭ ଅବୈଧ ବଙ୍କର ନଷ୍ଟ କରିଦେଇଥିବା ମଣିପୁର ପୁଲିସ୍‌ ପକ୍ଷରୁ କୁହାଯାଇଛି।

ପ୍ରଥମେ ବିଷ୍ଣୁପୁର ଜିଲ୍ଲାର ଆଇଆରବି ୟୁନିଟ ଉପରେ ଅତର୍କିତ ଆକ୍ରମଣ କରି ଗୁଳି, ବାରୁଦ ସମେତ ବହୁ ମାରଣାସ୍ତ୍ର ଲୁଟି ନେବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଏହି ସମୟରେ ସୁରକ୍ଷା କର୍ମୀ ବାଧାଦେଇଥିବା ଦେଖିବାକୁ ମିଳିଛି ,ଏପରି ସ୍ଥିତିରେ ସଶସ୍ତ୍ର ବଳ ଓ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ବହୁ ସୁରକ୍ଷା କର୍ମୀ ଗୁରୁତର ହୋଇଥିଲେ। ସ୍ଥିତି କ୍ରମଶଃ ଅନିୟନ୍ତ୍ରିତ ହେବା ସହ ଶହ ଶହ ସଂଖ୍ୟାରେ ରୁଣ୍ଡ ହୋଇଥିବା ଲୋକେ ହତିଆର, ଗୋଳା ବାରୁଦ ଲୁଟି ନେଲେ । ତେବେ ଦିନକୁ ଦିନ ମଣିପୁର ସ୍ଥିତି ବିଗୁଡୁଥିବା ବେଳେ ଅଣାୟତ୍ତ ହୋଇଛି ହିଂସା । କେବେ ମଣିପୁରରେ ଶାନ୍ତି ଫେରିବ ଏନେଇ ଦିନ ଗଣୁଛନ୍ତି ସ୍ଥାନୀୟ ଲୋକେ ।